ସରକାର ଦେଲେ ବଡ ଆଶ୍ଵସ୍ତି: ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ରର ଅବଧି

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪।୦୮: କେନ୍ଦ୍ର ସରକାର କରୋନା ସଙ୍କଟ ମଧ୍ୟରେ ସାଧାରଣ ଲୋକଙ୍କୁ ବଡ ଆଶ୍ଵସ୍ତି ଦେଇ ମୋଟର ଯାନ ସଂପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ପରି କାଗଜପତ୍ରର ବୈଧତା ୨୦୨୦ ଡିସେମ୍ବର  ୩୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ କାଗଜପତ୍ରର ଡିସେମ୍ବର ୩୧ ପର୍ଯ୍ୟନ୍ତ ନବୀକରଣ କରିବାକୁ ପଡିବନି। ଏହା ଫଳରେ ଲୋକଙ୍କୁ ନିଜ ଗାଡି କାଗଜପତ୍ରର ନବୀକରଣ କରିବା ପାଇଁ ବହୁତ ସମୟ ମିଳି ଯାଇଛି।

ଏହା ପୂର୍ବରୁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଲକ୍‌ଡାଉନ୍‌ ମଧ୍ୟରେ ବୈଧତା ସରିଥିବା ଗାଡିର ଡ୍ରାଇଭିଂ ଲାଇସେନ୍ସ, ଆରସି, ଫିଟନେସ୍‌ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟ କାଗଜପତ୍ରର ବୈଧତା ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଜୁନ ୩୦ ବେଳକୁ ସ୍ଥିତିରେ କୌଣସି ସୁଧାର ନଆସିବାରୁ ସରକାର ପୁଣି ଥରେ ଅବଧି ବଢାଇବାକୁ ନିଷ୍ପତ୍ତି  ହୋଇଥିଲେ। ଏବେ ସରକାର ତୃତୀୟ ଥର ଏହି ସମୟ ସୀମାକୁ ବଢାଇ ୨୦୨୦ ଡିସେମ୍ବର ୩୧ କରିଛନ୍ତି।

wp:html /wp:html

କେନ୍ଦ୍ର ସରକାର ସଂକ୍ରମଣକୁ ରୋକିବା ପାଇଁ କୌଣସି ଗୋଟିଏ ଜାଗାରେ, କାର୍ଯ୍ୟାଳୟରେ ଭିଡ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଜାଗାରେ ଏବେ ମଧ୍ୟ ଲକ୍‌ଡାଉନ୍‌ ଓ ୧୪୪ ଧାରା ଜାରି ରହିଛି। ତେଣୁ ଗାଡି କାଗଜପତ୍ର ନବୀକରଣ କରାଇବା କାମ ପ୍ରଭାବିତ ହୋଇଥିଲା। ଲୋକେ ନିଜର କାଗଜପତ୍ର ନବୀକରଣ କରାଇବା ପାଇଁ ପରିବହନ କାର୍ଯ୍ୟାଳୟ ମଧ୍ୟ ଯାଇପାରୁନଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନବୀକରଣ ସମୟସୀମା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ବିଜ୍ଞପ୍ତିରେ କହିଛନ୍ତି ୨୦୨୦ ଫେବୃଆରୀ ୧ରେ  ବୈଧତା ସରିଥିବା କିମ୍ବା ଏବେ ସରୁଥିବା ଗାଡି କାଗଜପତ୍ରର  ବୈଧତା ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.