ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ବସ୍ତି, ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ

Published By : Prameya-News7 Bureau | September 06, 2021 IST

କୋଲକାତା ୬/୦୯: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ୨୦୧୮ରେ ନିଜର ଜଣେ ଗାର୍ଡଙ୍କ ମୃତ୍ୟୁ ମାମଲାରେ ଗିରଫଦାରୀରୁ ଆଶ୍ବସ୍ତି ମିଳିଛି। କୋଲକାତା ହାଇକୋର୍ଟ ବିଜେପି ବିଧାୟକଙ୍କ ଗିରଫଦାରୀ ଉପରେ ରୋକ ଲଗାଇଦେଇଛନ୍ତି। ଏହି ମାମଲାରେ ମମତା ବାନାର୍ଜୀଙ୍କ ପୂର୍ବତନ ସହଯୋଗୀ ତଥା ଟିଏମସିରୁ ବିଜେପିକୁ ଆସିଥିବା ଶୁଭେନ୍ଦଙ୍କୁ ସିଆଇଡିରେ ହାଜର ହେବାର ଥିଲା । କିନ୍ତୁ କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ହାଜର ହୋଇପାରିନଥିଲେ ।

ତେବେ ସୋମବାର କୋର୍ଟ କହିଛନ୍ତି ତାଙ୍କ ଅନୁମତି ବିନା ଶୁଭେନ୍ଦୁଙ୍କୁ ଏବେ କିମ୍ବା ଆଗକୁ କୌଣସି ମାମଲାରେ ଗିରଫ କରାଯାଇ ପାରିବନାହିଁ। ନନ୍ଦୀଗ୍ରାମର ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ନିଜର ଅଙ୍ଗରଖୀ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ମାମଲାରେ ସୋମାବର ସିଆଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା।

କିନ୍ତୁ ଆଜି ସକାଳେ ଶୁଭେନ୍ଦୁ ମେଲ୍‌ କରି କୌଣସି ରାଜନୈତିକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହାଜର ହୋଇପାରିବେ ନାହିଁ ବୋଲି ଜଣାଇଥିଲେ। ଟିଏମସିରେ ସାଂସଦ ଥିବା ବେଳେ ଏପରିକି ୨୦୧୫ରେ ମନ୍ତ୍ରୀ ହେବା ପରେ ମଧ୍ୟ ଶୁଭେନ୍ଦୁଙ୍କ ଅଙ୍ଗରଖୀ ଥିଲେ ରାଜ୍ୟ ସଶସ୍ତ୍ର ପୋଲିସ ବଳର ଯବାନ ଶୁଭବତ ଚକ୍ରବର୍ତ୍ତୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.