Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

LIC ପଲିସିଧାରକଙ୍କୁ ବଡ ଆଶ୍ଵସ୍ତି, କରୋନା କାରଣରୁ ପ୍ରିମିୟର ଭରିବା ପାଇଁ ମିଳିଲା ଅଧିକ ସମୟ

23/03/2020 at 4:53 PM

ନୂଆଦିଲ୍ଲୀ ୨୩।୦୩: ଭାରତୀୟ ଜୀବନ ବୀମା ନିଗମ(LIC) କରୋନା କାରଣରୁ ନିଜର ପଲିସିଧାରକଙ୍କୁ ବଡ ଆଶ୍ଵସ୍ତି ଦେଇଛି। କରୋନା ଭୂତାଣୁର ବଢୁଥିବା ପ୍ରକୋପ ମଧ୍ୟରେ ଏଲଆଇସି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। କମ୍ପାନୀ ସେହି ପଲିସିଧାରକଙ୍କ ପାଇଁ ପ୍ରିମିୟର ଭରିବାର ଅନ୍ତିମ ତାରିଖ ବଢାଇ ଦେଇଛନ୍ତି, ଯେଉଁମାନେ ଭାଇରସ କାରଣରୁ ପ୍ରିମିୟର ଭରିବାରେ ଅସମର୍ଥ  ହୋଇଛନ୍ତି।

ଏମିତି ଲୋକଙ୍କ ପାଇଁ ଅନ୍ତିମ ତାରିଖ ବଢାଯାଇ ୨୦୨୦ ଏପ୍ରିଲ ୧୫  ପର୍ଯ୍ୟନ୍ତ କରାଯାଇଛି। ଅର୍ଥାତ ଯେଉଁ ଗ୍ରାହକଙ୍କୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରିମିୟର ଭରିବାକୁ ପଡିଥାଏ ସେମାନଙ୍କୁ ୧୫ ଦିନର ମହଲତ ଦିଆଯାଇଛି।

କଣ କହିଛି ଏଲଆଇସି

ଭାରତୀୟ ଜୀବନ ବୀମା ନିଗମ(LIC) ନିଜର ବୟାନରେ କହିଛି ଯେ, କୋଭିଡ-୧୯ କାରଣରୁ ଦେଶରେ ଉତ୍ପନ ଅସାଧାରଣ ପରିସ୍ଥିତିକୁ ଦେଖି ଏଲଆଇସି ନିଜର ପଲିସିଧାରକଙ୍କୁ ପ୍ରିମିୟର ଭରିବାକୁ ୨୦୨୦ ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଶ୍ଵସ୍ତି ଦେଇଛି। ଏହି ନିଷ୍ପତ୍ତି ସେହି ସବୁ ଗ୍ରାହକଙ୍କ ପାଇଁ ନିଆଯାଇଛି, ଯେଉଁମାନେ କରୋନା ଭାଇରସ କାରଣରୁ ପ୍ରିମିୟର ଭରିବାରେ ସମର୍ଥ ହୋଇ ନାହାନ୍ତି।

ଗ୍ରାହକଙ୍କୁ ବିଶେଷ ଅପିଲ

ଏଲଆଇସି ନିଜର ଆନୁଷ୍ଠାନିକ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍ କରି କହିଛି ଯେ, ସମସ୍ତ ପଲିସିଧାରକଙ୍କୁ ନିବେଦନ କରାଯାଉଛି ଯେ, ସେମାନେ ଘରେ  ହିଁ ରୁହନ୍ତୁ ଏବଂ ପ୍ରିମିୟର ଭରିବାକୁ ଅଫିସ ଆସନ୍ତୁ ନାହିଁ। କରୋନାର ବିପଦକୁ ଦେଖି ପ୍ରିମିୟର ଭରିବାର ଅବଧିକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଭାଇରସର ପ୍ରକୋପ କାରଣରୁ ଅନେକ ସହରରେ ଲକଡାଉନ ସ୍ଥିତି ରହିଛି ଓ ବ୍ୟବସାୟଠୁ ନେଇ ଚାକିରି ପର୍ଯ୍ୟନ୍ତ ସବୁ କିଛି ଠପ୍ ହୋଇ ଯାଇଛି। ଅନ୍ୟପଟେ ଦେଶରେ ଦ୍ରୁତ ଗତିରେ କରୋନା ମାମଲା ବଢିବାରେ ଲାଗିଛି। ରୋଗୀଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଛି। କରୋନାରେ ୮ ଜଣଙ୍କ ପ୍ରାଣହାନୀ ଘଟିଛି। ଏହି ୨୪ ଘଣ୍ଟାରେ ୫୦ରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

   Related Posts