Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଋଣ ଭାରରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କୁ ଆଶ୍ବସ୍ତି, ୪୬୦୦ କୋଟି ଟଙ୍କା ଦେବ ଦିଲ୍ଲୀ ମେଟ୍ରୋ

9/09/2021 at 4:47 PM

ମୁମ୍ବାଇ ୯/୦୯: ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଅନିଲଙ୍କ କମ୍ପାନୀ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି । ଋଣଭାରରେ ବୁଡ଼ି ରହିଥିବା ଅମ୍ବାନୀ ଏବେ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହୋଇପାରିବେ ବୋଲି କୁହାଯାଉଛି । ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋର ଏକ ମାମଲାରେ ରିଲାଏନ୍ସ ଗ୍ରୁପ୍‌ର କମ୍ପାନୀ ରିଲାଏନ୍ସ ଇନଫ୍ରା ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି କ୍ରମେ ରିଲାଏନ୍ସ ଇନଫ୍ରାକୁ ୬୩୨ ମିଲିୟନ୍‌ ଡଲାର ଅର୍ଥାତ ପାଖାପାଖି ୪୬୦୦ କୋଟି ଟଙ୍କା ମିଳିବ।

ଏହି ମାମଲା ୨୦୦୮ର ହୋଇଥିବା ବେଳେ ପାଖାପାଖି ୧୩ ବର୍ଷ ପରେ ଅନିଲଙ୍କୁ ଆଶ୍ବସ୍ତି ମିଳିଛି। ।  ୨୦୦୮ରେ ରିଲାଏନ୍ସ ଇନଫ୍ରାକୁ  ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସ୍‌ ମେଟ୍ରୋର ପରିଚାଳନା ପାଇଁ ଠିକା ମିଳିଥିଲା। ୨୦୧୨ରେ ଶୁଳ୍କ ଏବଂ ପରିଚାଳନାକୁ ନେଇ ବିବାଦ ହେବାରୁ ଅନିଲ ଅମ୍ବାନୀଙ୍କ ଫାର୍ମ ଏହି ପ୍ରୋଜେକ୍ଟ ବନ୍ଦ କରିଦେଇଥିଲା। ଏହା ସହ ଠିକା ନିୟମର ଉଲ୍ଲଂଘନ ପାଇଁ ଦିଲ୍ଲୀ ଏୟାରପୋର୍ଟ ବିରୋଧରେ ଆର୍ବିଟ୍ରେସନ୍‌ (ଚୁକ୍ତି ଖିଲାପ) ମାମଲା ଦାଏର କରିଥିଲା ରିଲାଏନ୍ସ ଇନଫ୍ରା। ଏହା ସହ ଟର୍ମିନେସନ ଟଙ୍କା ଦେବାକୁ ଦାବି କରିଥିଲା ଅନିଲ ଅମ୍ବାନୀଙ୍କ କମ୍ପାନୀ।

ପ୍ରଥମ ଥର ଏହି ମାମଲାରେ ଅମ୍ବାନୀଙ୍କ କମ୍ପାନୀ ସପକ୍ଷରେ କୋର୍ଟ ରାୟ ପ୍ରକାଶ କରିଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟ ରାୟ ଅପରିବର୍ତ୍ତିତ ରଖିଛନ୍ତି।  ଏହି ଖବର ମିଳିବା ପରେ ପରେ ରିଲାଏନ୍ସ ଇନଫ୍ରା ଶେୟାରରେ ୪.୯୫ ପ୍ରତିଶତ ବୃଦ୍ଧି ହୋଇଛି। ଏହି ବୃଦ୍ଧି ଫଳରେ ରଲାଏନ୍ସ ଇନଫ୍ରାର ଶେୟର ଦର ୭୪.୧୫ ଟଙ୍କା ସ୍ତରରେ ପହଞ୍ଚିଯାଇଛି। କମ୍ପାନୀର ମାର୍କେଟ କ୍ୟାପିଟାଲ ପୁଣି ଥରେ ୧୯୫୦ କୋଟି ଟଙ୍କା ପାର କରଥିବା ମଧ୍ୟ ଜଣାପଡ଼ିଛି ।  

   Related Posts