Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜନତାଙ୍କୁ ବଡ ଆଶ୍ଵସ୍ତି ! ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ପୀତି, ୧୧ ପ୍ରତିଶତ କମିଲା ପରିବା ଦାମ

13/09/2021 at 7:37 PM

ନୂଆଦିଲ୍ଲୀ ୧୩।୦୯: କରୋନା ଭାଇରସ୍‌  ମହାମାରୀ ମଧ୍ୟରେ ସାଧାରଣ ଜନତା ଓ ସରକାରଙ୍କୁ ମହଙ୍ଗା ମୋର୍ଚ୍ଚାରେ ମିଳିଛି ଆଶ୍ଵସ୍ତିକର ଖବର। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଦେଶରେ ଖୁଚୁରା ମୁଦ୍ରାସ୍ପୀତି ହାର ହ୍ରାସ ପାଇଛି। ୨୦୨୧ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ୫.୩୦ ପ୍ରତିଶତ ରହିଛି, ଯାହା ଜୁଲାଇ ମାସରେ ୫.୫୯ ରହିଥିଲା। ଅଗଷ୍ଟ ମାସରେ ଖାଦ୍ୟ ପଦାର୍ଥର ଦାମ ହ୍ରାସ ପାଇଥିବାରୁ ଖୁଚୁରା ମୁଦ୍ରାସ୍ପୀତି କ୍ରମାଗତ ଦ୍ଵିତୀୟ ମାସରେ ଆରବିଆଇର ଲକ୍ଷ୍ୟ ଭିତରେ ରହିଛି।

ଆରବିଆଇ ଖୁଚୁରା ମୁଦ୍ରାସ୍ପୀତି  ହାର ୪ ପ୍ରତିଶତ ଭିତରେ ରଖିବାକୁ ଲକ୍ଷ୍ୟ ରଖିଛି। ଏନଏସଓର ତଥ୍ୟ ମୁତାବକ, ଅଗଷ୍ଟ ମାସରେ ପନିପରିବା ଦାମ ୧୧.୭ ପ୍ରତିଶତ ହ୍ରାସ ଘଟିଛି। ହେଲେ ଏହି ସମୟରେ ଇନ୍ଧନ ଏବଂ ବିଜୁଳି ଦର ବହୁତ ମହଙ୍ଗା ହୋଇ ୧୨.୯୫ ପ୍ରତିଶତରେ ପହଞ୍ଚିଛି। ସେବା କ୍ଷେତ୍ରରେ ମହଙ୍ଗା ଦର ଅଗଷ୍ଟ ମାସରେ ୬.୪ ପ୍ରତିଶତ ଉଚ୍ଚସ୍ତରରେ ରହିଛି।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିକଟରେ କହିଥିଲେ, ଖୁଚୁରା ମୁଦ୍ରାସ୍ପୀତି ହାର ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ସେ ଆଶା ପ୍ରକାଶ କରିଥିଲେ ଯେ, ଶୀଘ୍ର ଖୁଚୁରା ମୁଦ୍ରାସ୍ପୀତି ୬ ପ୍ରତିଶତ ଭିତରେ ରହିବ। ମହାମାରୀ ସମୟରେ ଆରବିଆଇର ପୂରା ଧ୍ୟାନ ଆର୍ଥିକ ଅଭିବୃଦ୍ଧି ଉପରେ ଥିଲା। ତେଣୁ ଖୁଚୁରା ମୁଦ୍ରାସ୍ପୀତି ଲକ୍ଷ୍ୟ ୪ ପ୍ରତିଶତ ପରିବର୍ତ୍ତେ ୨ ରୁ ୬ ପ୍ରତିଶତ ଭିତରେ ରଖିବାକୁ ନିର୍ଦ୍ଧାରିତ କରାଯାଇଥିଲା।

   Related Posts