କରୋନା କାଳରେ ରୁଷବାସୀଙ୍କ ପାଇଁ ବଡ ଆଶ୍ଵସ୍ତି, ଚଳିତ ସପ୍ତାହରେ ଲୋକଙ୍କ ପାଇଁ ଉପଲବ୍ଧ ହେବ କୋଭିଡ୍-୧୯ ଭ୍ୟାକସିନ

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬।୦୯: ସମଗ୍ର ଦୁନିଆରେ କରୋନା ସଂକ୍ରମଣର ନୂତନ ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି। ଏମିତି ସମୟରେ ଗତ ମାସରେ ରୁଷ  କରୋନା ଭ୍ୟାକସିନ ସ୍ପୁଟୋନିକ-୫ ଲଞ୍ଚ କରି ଲୋକଙ୍କ ମଧ୍ୟରେ ଭ୍ୟାକସିନକୁ ନେଇ ଆଶା ଜାଗ୍ରତ କରିଛି। ଏବେ ରୁଷବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର ଏହା ଯେ ସ୍ପୁଟୋନିକ-୫ ଚଳିତ ସପ୍ତାହରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ୟାକସିନ କିଛି ସମୟ ପର୍ଯ୍ୟନ୍ତ ରୁଷର ଆଗ ଧାଡିର କରୋନା ଯୋଦ୍ଧାଙ୍କ ପାଇଁ ଉପଲବ୍ଧ ଥିଲା।

ରୁଷି ନ୍ୟୁଜ୍ ଏଜେନ୍ସି ଟାସ୍‌ ବିଶେଷଜ୍ଞ ଡେନିସ ଲୋଗୁନୋଭଙ୍କ ସୂତ୍ରରୁ କହିଛି ଯେ, ସ୍ପୁଟୋନିକ-୫ ଭ୍ୟାକସିନର ବ୍ୟାପକ ଉପଯୋଗ ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛନ୍ତି। ଚଳିତ ସପ୍ତାହରେ ଲୋକଙ୍କ ପାଇଁ ଏହା ଉପଲବ୍ଧ ହୋଇଯିବ।

ରୁଷି କରୋନା ଭ୍ୟାକସିନ ସ୍ପୁଟୋନିକ-୫ର ବିତରଣ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଆଧାରରେ କରାଯିବ। ଲୋଗୁନୋଭ କହିଛନ୍ତି ଭ୍ୟାକସିନ ବିତରଣ ସମୟରେ ସଂକ୍ରମିତଙ୍କୁ ପ୍ରାଥମିକତା ଦିଆଯିବ। ସ୍ପୁଟୋନିକ-୫ର ଦୁଇଟି ପରୀକ୍ଷଣ ଚଳିତ ବର୍ଷ ଜୁନ-ଜୁଲାଇରେ କରାଯାଇଥିଲା ଏବଂ ଏଥିରେ  ୭୬ ବ୍ୟକ୍ତି ସାମିଲ ଥିଲେ। ପରିଣାମରେ ଶତ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିଲା। କାହାରିଠାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.