Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଚାଳକଙ୍କୁ ବଡ ଆଶ୍ଵସ୍ତି: ପୁଣି ଥରେ ଗାଡି କାଗଜପତ୍ରର ବୈଧତା ୩ ମାସ ବଢିଲା

27/12/2020 at 5:02 PM

ଭୁବନେଶ୍ଵର ୨୭।୧୨: ପୁଣି ଥରେ ଗାଡି କାଗଜପତ୍ରର ବୈଧତା ତିନି ମାସ ବଢିଛି। ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଫିଟନେସ୍ ଅବଧି ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢା ଯାଇଛି। ୨୦୨୦ ଫେବୃଆରୀଠାରୁ ଯେଉଁ ଗାଡି କାଗଜପତ୍ରର ଅବଧି ସରି ଯାଇଛି ତାର ବୈଧତା ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ। ଏପରିରିକି ଯାହାଙ୍କ ବୈଧତା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି ତାହା ମଧ୍ୟ ବୈଧ୍ୟ ରହିବ।

କେନ୍ଦ୍ର ସରକାର କରୋନା ସଙ୍କଟ ମଧ୍ୟରେ ସାଧାରଣ ଲୋକଙ୍କୁ ବଡ ଆଶ୍ଵସ୍ତି ଦେଇ ମୋଟର ଯାନ ସଂପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ପରି କାଗଜପତ୍ରର ବୈଧତା ୨୦୨୧ ମାର୍ଚ୍ଚ  ୩୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଲୋକଙ୍କୁ ନିଜ ଗାଡି କାଗଜପତ୍ରର ନବୀକରଣ କରିବା ପାଇଁ ବହୁତ ସମୟ ମିଳି ଯାଇଛି। ଯାହାଙ୍କ ବୈଧତା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି ତାହା ମଧ୍ୟ ବୈଧ୍ୟ ରହିବ।

କେନ୍ଦ୍ର ସରକାର ସଂକ୍ରମଣକୁ ରୋକିବା ପାଇଁ କୌଣସି ଗୋଟିଏ ଜାଗାରେ, କାର୍ଯ୍ୟାଳୟରେ ଭିଡ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମାହାମାରୀ ଯୋଗୁଁ ଲୋକେ ନିଜର କାଗଜପତ୍ର ନବୀକରଣ କରାଇବା ପାଇଁ ପରିବହନ କାର୍ଯ୍ୟାଳୟ ମଧ୍ୟ ଯାଇପାରୁନଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନବୀକରଣ ସମୟସୀମା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। 

ଏହା ପୂର୍ବରୁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଲକ୍‌ଡାଉନ୍‌ ମଧ୍ୟରେ ବୈଧତା ସରିଥିବା ଗାଡିର ଡ୍ରାଇଭିଂ ଲାଇସେନ୍ସ, ଆରସି, ଫିଟନେସ୍‌ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟ କାଗଜପତ୍ରର ବୈଧତା  ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ମଧ୍ୟ ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଜୁନ ୩୦ ବେଳକୁ ସ୍ଥିତିରେ କୌଣସି ସୁଧାର ନଆସିବାରୁ ସରକାର ପୁଣି ଥରେ ଅବଧି ବଢାଇବାକୁ ନିଷ୍ପତ୍ତି  ହୋଇଥିଲେ। ଏବେ ସରକାର ଚତୁର୍ଥ ଥର ଏହି ସମୟ ସୀମାକୁ ବଢାଇ ୨୦୨୦ ଡିସେମ୍ବର ୩୧ କରିଛନ୍ତି।

   Related Posts