Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବଢିଲା ପି ଚିଦାମ୍ଵରମ ଓ ପୁଅ କିର୍ତ୍ତି ଚିଦାମ୍ବରମଙ୍କ ମୁସ୍କିଲ, ସମନ ଜାରି କଲେ ଦିଲ୍ଲୀ ଅଦାଲତ

27/11/2021 at 5:48 PM

ନୂଆଦିଲ୍ଲୀ ୨୭।୧୧: ଏୟାରସେଲ୍ ମ୍ୟାକ୍ସିସ୍‌ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କିର୍ତ୍ତି ଚିଦାମ୍ବରମଙ୍କ ମୁସ୍କିଲ ବଢିବାକୁ ଯାଉଛି। ଶନିବାର ଦିଲ୍ଲୀର ଏକ ଅଦାଲତ  ଉଭୟଙ୍କୁ ସମନ ଜାରି କରିଛନ୍ତି। ଏହା ପୂର୍ବରୁ କୋର୍ଟ ସୋମବାର ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଶନିବାର ଦିଲ୍ଲୀର ରାଉଜ ଏଭେନ୍ୟୁ  ଅଦାଲତ ଏୟାରସେଲ୍ ମ୍ୟାକ୍ସିସ୍ ମାମଲାରେ ସିବିଆଇ ଓ ଇଡି ଦ୍ଵାରା ଦାଖଲ ଅଭିଯୋଗପତ୍ର ଉପରେ ବିଚାର କରି ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କିର୍ତ୍ତି ଚିଦାମ୍ବରମଙ୍କୁ ସମନ ଜାରି କରିଛନ୍ତି। ଯାଞ୍ଚ ଏଜେନ୍ସିଙ୍କ ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ ଅଦାଲତକୁ ସୂଚିତ କରାଇଥିଲେ ଯେ, ଏହି ମାମଲାରେ ଏଜେନ୍ସି ବିଭିନ୍ନ ଦେଶକୁ ଚିଠି ଲେଖିଥିଲେ। ଏଥିରୁ କିଛି ସୂଚନା ମିଳିଛି। ସିବିଆଇ ନୂତନ ପ୍ରମାଣ ଉପରେ କାମ କରୁଛି। ଅଦାଲତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେବା ସହ ପତ୍ରରେ ଉଲ୍ଲେଖ ଅଭିଯୋଗ ବହୁତ ସଙ୍ଗୀନ ଥିବା କହିଛନ୍ତି।

ସୂଚନାଯୋଗ୍ୟ, ଏୟାରସେଲ୍ ମ୍ୟାକ୍ସିସ୍ ମାମଲାର ତଦନ୍ତ ସିବିଆଇ ଏବଂ ଇଡି ଦ୍ଵାରା ଜାରି ରହିଛି। ଏୟାରସେଲ୍-ମ୍ୟାକ୍ସିସ ଚୁକ୍ତିନାମାରେ ବିଦେଶୀ ନିବେଶ ପ୍ରବନ୍ଧନ  ବୋର୍ଡ(ଏଫଆଇପିବି)ର ମଞ୍ଜୁରୀ ଦେବାରେ ଅନିୟମିତତା ଅଭିଯୋଗ ଉଠିଥିଲା। ଏଫଆଇପିବି ମଞ୍ଜୁରୀ ୨୦୦୬ରେ ଦିଆଯାଇଥିଲା ଏବଂ ସେହି ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଥିଲେ ପି ଚିଦାମ୍ବରମ।

   Related Posts