Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ: ସିଡବ୍ଲ୍ୟୁସିରେ ନାହାନ୍ତି ଜଣେ ହେଲେ ଓଡିଆ, ଭକ୍ତଙ୍କୁ ମିଜୋରାମ-ମଣିପୁର ପ୍ରଭାରୀ, ବଦଳିବେ ଓଡିଶା ପ୍ରଭାରୀ

11/09/2020 at 9:29 PM

ଭୁବନେଶ୍ଵର ୧୧।୦୯: ଚିଠି ବିବାଦ ପରେ କଂଗ୍ରେସର ପାର୍ଟି ବଡ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। ଗୁଲାମ ନବି ଆଜାଦ ସମେତ ଚାରି ବରିଷ୍ଠ ନେତାଙ୍କୁ ମହାସଚିବ ଦାୟିତ୍ଵରୁ ମୁକ୍ତ କରାଯାଇଛି। ପ୍ରକାଶିତ ୨୨ ଜଣିଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ରେ ଓଡିଶାରୁ ଜଣେ ହେଲେ ନେତା ନାହାନ୍ତି। କେବଳ ନିମନ୍ତ୍ରିତ ସ୍ଥାୟୀ ସଦସ୍ୟ ତାଲିକାରେ ପୂର୍ବତନ ସାଂସଦ ଭକ୍ତଚରଣ ଦାସ ଅଛନ୍ତି।  ଅନ୍ୟପଟେ ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତ୍ତନ କରାଯାଇଛି। ଜିତେନ୍ଦ୍ର ସିଂହଙ୍କ ସ୍ଥାନ ନେଇଛନ୍ତି ଡକ୍ଟର ଏ ଚେଲ୍ଲାକୁମାର।

ଚିଠିକାଣ୍ଡକୁ ନେଇ ଅନେକ ତୁମ୍ବି ତୋଫାନ ପରେ ଆଜି କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଦଳରେ ବଡ ସାଙ୍ଗଠନିକ ପରିବର୍ତ୍ତନ କରିଛନ୍ତି। ହେଲେ ଘୋଷିତ ୨୨ ଜଣିଆ ସିଡବ୍ଲ୍ୟୁସିରେ ଜଣେ ହେଲେ ନେତା ଓଡିଶାରୁ ନାହାନ୍ତି। ଏହି ତାଲିକାରୁ ବାଦ୍‌ ପଡିଛନ୍ତି ରାମଚନ୍ଦ୍ର ଖୁଣ୍ଟିଆ। କେବଳ ଭକ୍ତ ଚରଣ ଦାସଙ୍କୁ ନିମନ୍ତ୍ରିତ ସ୍ଥାୟୀ ସଦସ୍ୟ ତାଲିକାରେ ଅଛନ୍ତି। କିନ୍ତୁ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ପରି ଗୁରୁ ଦାୟିତ୍ଵ ଦିଆଯାଇଛି।

ସେପଟେ ରାଜ୍ୟରେ କଂଗ୍ରେସ ପ୍ରଭାରୀ ମଧ୍ୟ ବଦଳିଛନ୍ତି। ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଦାୟିତ୍ଵ ଦିଆଯାଇଛି। ଚେଲ୍ଲାକୁମାର ହେଉଛନ୍ତି ତାମିଲନାଡୁର କ୍ରିଷ୍ଣଗିରି ସାଂସଦ। ସୂଚନାଯୋଗ୍ୟ, ଦଳର ସାଙ୍ଗଠିକ ପରିବର୍ତ୍ତନ ନେଇ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଥିଲା। ୨୩ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ଦଳରେ ବଡ ବିବାଦ ସୃଷ୍ଟି କରିଥିଲା।

   Related Posts