ଦୁଇ ଚକିଆ ଗାଡି ଉପରେ ଆସିଲା ଭଲ ଖବର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଲେ ବଡ ସଙ୍କେତ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୦୮: ଦୁଇ ଚକିଆ ଯାନ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭଲ ଖବର। ପାର୍ବଣ ଋତୁରେ ଦୁଇ ଚକିଆ ଯାନ ଶସ୍ତା ହୋଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏମିତି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଦୁଇ ଚକିଆ ଯାନ ଉପରେ ଟିକସ କମ କରିବା ପାଇଁ ଉଦ୍ୟୋଗଜଗତ ପ୍ରସ୍ତାବ ଦେଇଛନ୍ତି। ନିର୍ମଳା କହିଛନ୍ତି ବସ୍ତୁ ଓ ସେବା କର(ଜିଏସଟି) ପରିଷଦ ଉଦ୍ୟୋଗଙ୍କ ଏହି ପ୍ରସ୍ତାବକୁ ଆଗକୁ ବଢାଇବେ। ବର୍ତ୍ତମାନ ଦୁଇ ଚକିଆ ଯାନ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁଛି।

ଅର୍ଥମନ୍ତ୍ରୀ ସେପ୍ଟେମ୍ଵର ୧୯ରେ ହେବାକୁ ଥିବା ଜିଏଟସି ପରିଷଦ ବୈଠକ ପୂର୍ବରୁ ଏହି  ବୟାନ ଦେଇଛନ୍ତି। ପାର୍ବଣ ଋତୁ ପୂର୍ବରୁ ଦୁଇ ଚକିଆ ଯାନରେ ଟ୍ୟାକ୍ସ ହ୍ରାସ ସମ୍ଭାବନା ରହିଛି। କରୋନା  ଭାଇରସ ସଙ୍କଟ ଓ ଲକ୍‌ଡାଉନ୍‌ କାରଣରୁ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ମହଜୁଦ ଥିବା ଗାଡି ବିକ୍ରି ମଧ୍ୟ ହୋଇ ପାରିନାହିଁ। ତେଣୁ ଟ୍ୟାକ୍ସ ହ୍ରାସ କରାଯାଇପାରେ।

ମାତ୍ର ସରକାର ଜିଏସଟି ପରିଷଦ  ବୈଠକରେ ଟ୍ୟାକ୍ସ ହ୍ରାସ କରିବା ନେଇ ରାଜ୍ୟ ପକ୍ଷରୁ ସହମତି ନେବାକୁ ପଡିବ। ଏହା  ସହିତ ଟିକସ ହ୍ରାସ ହେଲେ ରାଜସ୍ଵରେ କେତେ କ୍ଷତି ଘଟିବ ତାର ମଧ୍ୟ ଆକଳନ କରିବାକୁ ପଡିବ। ସିଆଇସିଆଇ ସହିତ ସୀତାରମଣଙ୍କ ବୈଠକ ହୋଇଛି। ସେ କହିଛନ୍ତି ସରକାର ସେବା ସେକ୍ଟର ପୀଡା କମ୍ କରିବା ପାଇଁ ହୋଟେଲ, ରେସ୍ତୋରାଁ ଏହି ସମ୍ବନ୍ଧିତ ଗତିବିଧି ଆରମ୍ଭ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର(ଏସଓପି) ଉପରେ ଧ୍ୟାନ ଦିଆଯିବ। କରୋନା ମହାମାରୀ କାରଣରୁ ପର୍ଯ୍ୟଟନ, ହୋଟେଲ ଓ ସେବା ସେକ୍ଟର, ରିୟଲ ଏଷ୍ଟେଟ ଓ ବିନିର୍ମାଣ ଓ ଏୟାରଲାଇନ୍ସ ପରି ଅନେକ କ୍ଷେତ୍ର ପ୍ରଭାବିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.