ଆଇପିଏଲ ପ୍ରସ୍ତୁତି ମଧ୍ୟରେ ୟୁଏଇରୁ ଆସିଲା ବଡ ଖବର : ଫିକ୍ସିଂ ଅଭିଯୋଗରେ ୨ କ୍ରିକେଟ୍‌ର ନିଲମ୍ବିତ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩।୦୯: ଗୋଟିଏ ପଟେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜିତ ହେଉଛି। ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ହେଲେ ଏହା ପୂର୍ବରୁ ୟୁଏଇରୁ ଆସିଛି ଚାଞ୍ଜଲ୍ୟକର ଖବର। ୟୁଏଇର ଦୁଇ ଖେଳାଳିଙ୍କୁ ଏମିରାଟ୍ସ କ୍ରିକେଟ୍ ବୋର୍ଡ ଆଇସିସି ଦୁର୍ନୀତି ନିରୋଧୀ ଆଇନର ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ଵିତ କରିଛି। ବୋର୍ଡ ଏହି କାର୍ଯ୍ୟାନୁଷ୍ଠାନ ଆମିର ହୟାତ ଓ ଅଶଫାକ ଅହମ୍ମଦଙ୍କ ଉପରେ କରିଛନ୍ତି। ଏହି ଦୁଇ ଖେଳାଳିଙ୍କୁ ନିଜର ପକ୍ଷ ରଖିବା ପାଇଁ ୨ ସପ୍ତାହ ସମୟ ଦିଆଯାଇଛି।

ଆମିର ହୟାତ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଛନ୍ତି ମାତ୍ର କ୍ରିକେଟ୍‌ ୟୁଏଇ ତରଫରୁ ଖେଳନ୍ତି। ୟୁଏଇ ପାଇଁ ୯ଟି ଦିନିକିଆ ଓ ୪ ଟି-୨୦ ମ୍ୟାଚ୍‌ରେ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଛନ୍ତି। ଏଥିରୁ ହୟାତ ଦିନିକିଆରେ ୧୧ ଓ୍ଵିକେଟ୍ ଓ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୬ଟି ଓ୍ଵିକେଟ୍ ନେଇଛନ୍ତି।

{"id":329200,"sizeSlug":"large"}

ଅଶଫାକ ଅହମ୍ମଦ ମଧ୍ୟ ପାକିସ୍ତାନର ଲାହୋରରେ ଜନ୍ମ ଗ୍ରହଣ କରିଛନ୍ତି। ସେ ୟୁଏଇ ପାଇଁ ୧୬ଟି ଦିନିକିଆ ଓ ୧୨ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ଏହି ବ୍ୟାଟସମ୍ୟାନ ୨୧.୫୦ ହାରରେ ୨୩୮ ରନ କରିଛନ୍ତି। ଅଶଫାକଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ୍ ୫ ଅର୍ଦ୍ଧଶତକ ରହିଛି।

ଏହି ଦୁଇ ଖେଳାଳିଙ୍କୁ ଆଇସିସିର ଦୁର୍ନୀତି ନିରୋଧୀ ନିୟମ ୫ ଉଲ୍ଲଂଘନରେ ଅଭିଯୁକ୍ତ ଦର୍ଶାଯାଇଛି। ଏମାନଙ୍କ ଉପରେ ଅର୍ଥ ବା ଉପହାର ନେଇ ମ୍ୟାଚ୍‌ର ଫଳାଫଳ ପ୍ରଭାବିତ କରିବାର ଗୁରୁତର ଅଭିଯୋଗ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.