ଏଲ୍‌ଆଇସି ଉପଭୋକ୍ତାଙ୍କ ପାଇଁ ବଡ ଖବର ! ୩୦ ନଭେମ୍ବରରୁ ବନ୍ଦ ହୋଇପାରେ ଅନେକ ପଲିସି

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ୧୭/୧୧: ଭାରତୀୟ ଜୀବନ ବୀମା ବା ଏଲଆଇସିର ଗ୍ରାହକମାନଙ୍କ ପାଇଁ  ବଡ ଖବର । ଚଳିତ ନଭେମ୍ବର ମାସ ୩୦ ତାରିଖରୁ ଏଲ୍ଆ‌ଇସିର ଦୁଇ ଡର୍ଜନରୁ ଅଧିକ ପଲିସି ବନ୍ଦ ହୋଇପାରେ । ଇନ୍‌ସୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଅଥରିଟି(ଆଇଆରଡିଏ)ର ଲାଇଫ୍‌ ଇନ୍‌ସୁରାନ୍ସ ପ୍ରଡକ୍ଟରେ ନୂଆ ଗାଇଡ଼୍‌ଲାଇନ୍ସ ଅଧିନରେ ଆସୁଥିବା ଏଲଆଇସି ନିଜର ପୁରୁଣା ପଲିସି ବନ୍ଦ କରିବାକୁ ଯାଉଛି । ଏପରି କି ପୁରୁଣା ପଲିସି ହୋଲଡ୍‌ର୍ସ ପାଉଥିବା ବିଭିନ୍ନ ଲାଭରେ ବିଶେଷ କୌଣସି ପରିବର୍ତ୍ତନ ହେବ ନାହିଁ ।

ଏଆଇସିର ଜୀବନ ଆନନ୍ଦ ପଲିସି, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଓ ଜୀବନ ଲାଭ ଭଳି ବେଷ୍ଟ ପଲିସି ବନ୍ଦ ହୋଇପାରେ। ଏହି ପଲିସ ବନ୍ଦ ହେବା ସହ ଗ୍ରାହକ ଏହାଠୁ ଅଧିକ ଫାଇଦା ଦେବା ଭଳି ବିକଳ୍ପ  ପଲିସି ମିଳିବ ।

ଡିସେମ୍ବର ଏକ ତାରିଖରୁ ଆସିବ ନୂଆ ପଲିସି -  ଆଇଆର୍‌ଡିଏ ଲାଇଫ୍‌ ଇନ୍‌ସୁରାନ୍ସ ପାଇଁ ନୂଆ ନିୟମାବଳୀ ପ୍ରଣୟନ କରିବା ପାଇ ଯାଉଛନ୍ତି । ଏଥିପାଇଁ ବନ୍ଦ ହେବାକୁ ଯାଉଥିବା ସମସ୍ତ ପ୍ଲାନ ଏବଂ  ଆଇଆର୍‌ଡିଏର ନିୟମାବଳୀ  ଅନୁସାରେ ଏଲ୍‌ଆଇସି  ରିଲଞ୍ଚ କରିପାରେ । ରିଭ୍ୟୁ ଓ ରିଲଞ୍ଚ କରାଯାଉଥିବା ସମସ୍ତ  ପଲିସି ଅଧିକ ପ୍ରିମିୟମ ସହ ଲଞ୍ଚ କରାଯାଇ ପାରେ ।  ଏଥିପାଇଁ ଗ୍ରାହକ ଉପଭୋକ୍ତାମାନଙ୍କୁ ଅଧିକ ସୁବିଧା ପ୍ରଦାନ କରାଯିବ । ସେମାନେ ଅଧିକ ଭଲ ପଲିସିର ଲାଭ ଉଠାଇ ପାରିବେ ବୋଲି ଏଲ୍‌ଆଇସି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.