ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର: ୪୪୪ ଟଙ୍କାର ପ୍ଳାନ ରିଚାର୍ଜ କଲେ କ୍ୟାସ ବ୍ୟାକ ମିଳିବ ୪୪ ଟଙ୍କା, କେମିତି ଜାଣନ୍ତୁ

Published By : Prameya-News7 Bureau | October 27, 2019 IST

ନୂଆଦିଲ୍ଲୀ୨୭|୧୦: ଜିଓ ଗ୍ରାହକ ପାଇଁ ଖୁସି ଖବର। ଆପଣ ଜାଣିଥିବେ ଏବେ ଜିଓ ଏକ ମିନିଟ୍ ପିଛା ୬ ପଇସା ହିସାବରେ ଆଇୟୁସି ନେବା ଆରମ୍ଭ କରି ଦେଇଛି। ଏହା ବ୍ୟତୀତ ଜିଓ ନିଜ ଗ୍ରାହକଙ୍କ ପାଇଁ ଅଲ ଇନ୍‌ ଓ୍ବାନ ନାମରେ ୪ଟି ପ୍ଲାନ ଆଣିଛି। ଏହି ପ୍ଲାନଗୁଡିକ ହେଲା ୨୨୨, ୩୩୩, ୪୪୪ ଓ ୫୫୫ ଟଙ୍କାର ରିଚାର୍ଜ ପ୍ଲାନ।

ସୂଚନାଯୋଗ୍ୟ ଯେ ଏହି ପ୍ଲାନ କିଛି ମାସ ତଳେ ଜିଓ ବଜାରକୁ ଛାଡ଼ିଥିଲା। କିଛି ଜିଓ ଗ୍ରାହକ ଏହି ଅଲ ଇନ୍ ଓ୍ବାନ ପ୍ଲାନକୁ ମହଙ୍ଗା ବୋଲି କହିଥିଲେ। ଗ୍ରାହକ କହିଥିଲେ ଯେ ପ୍ରତିଦିନ ୧ ଜିବି ଡାଟା ହେଲେ ଚଳିବ କିନ୍ତୁ ଅନ୍ୟ ନେଟଓ୍ବାର୍କକୁ ଫ୍ରି କଲ ର ସୁବିଧା ଆବଶ୍ୟକ । ଏହି ପ୍ଲାନରେ କେବଳ ଜିଓ ଟୁ ଜିଓ ଫ୍ରି କଲ ରହିଛି। ଏଥର ଏହି ପ୍ଲାନରେ ଜିଓ  ଟିକେ ପରିବର୍ତ୍ତନ ଆଣିଛି।

ଜିଓ ଗ୍ରାହକ ଯଦି ପେଟିଏମ ବ୍ୟବହାର କରୁଥି​‌ବେ ନିଶ୍ଚିତ ଫାଇଦା ପାଇବେ। ପେଟିଏମ ମାଧ୍ୟମରେ ୪୪୪ ଟଙ୍କାର ପ୍ଲାନ ରିଚାର୍ଜ କଲେ ଆପଣଙ୍କୁ ୪୪ ଟଙ୍କା କ୍ୟାସ ବ୍ୟାକ ମିଳିବ। ଏଥିପାଇଁ ଆପଣଙ୍କୁ ପ୍ରମୋ କୋଡ୍ ଆବଶ୍ୟକ ପଡିବ। ଏହି ପ୍ରମୋ କୋଡ୍ ହେଉଛି SHUBHP44 । ଏହି କୋଡ୍‌ ବ୍ୟବହାର କରି ଆପଣ ୪୪ ଟଙ୍କା କ୍ୟାସ ବ୍ୟାକ ପାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.