Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଓମିକ୍ରନ ବିପଦ ମଧ୍ୟରେ ବଡ ଖବର, ମହାରାଷ୍ଟ୍ର ଫେରିଥିବା ୩୧୮ ଯାତ୍ରୀଙ୍କ ମଧ୍ୟରୁ ୧୨ ନିଖୋଜ

7/12/2021 at 11:21 PM

ମୁମ୍ବାଇ ୦୭।୧୨ : ଓମିକ୍ରନ ଭାରିଏଣ୍ଟ ମଧ୍ୟରେ ପ୍ରଶାସନ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି ବିଦେଶୀରୁ ଫେରୁଥିବା ଲୋକେ ନିଖୋଜ ହେବା।   ନିକଟରେ ଏହି ଧରଣର ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ମହାରାଷ୍ଟ୍ରର ଥାନେ ଜିଲ୍ଲାରୁ ବିଦେଶ ଫେରନ୍ତା ନିଖୋଜ ହେବା ଘଟଣା ସାମ୍ନାକୁ ଆସିଛି। ସ୍ଵାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ନିକଟରେ ବିଦେଶରୁ ଫେରୁଥିବା ୩୧୮ ଲୋକଙ୍କ ମଧ୍ୟରୁ ୧୨ ଜଣଙ୍କ ଠିକଣା ମିଳୁନାହିଁ। ସମସ୍ତେ ମହାରାଷ୍ଟ୍ରର ଥାନେ  ଜିଲ୍ଲାର ବାସିନ୍ଦା  ବୋଲି ଜଣା ପଡିଛି।

ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ଓମିକ୍ରନ ଭାରିଏଣ୍ଟର ୧୦ ମାମଲା ସାମ୍ନାକୁ ଆସିଛି। ରାଜ୍ୟ ହିସାବରେ ଏହା ସର୍ବାଧିକ ମାମଲା।  ମଙ୍ଗଳବାର ଥାନେ ଜିଲ୍ଲାର କଲ୍ୟାଣ ଡୋମ୍ବିବଲି ନଗର ନିଗରମର ଅଧିକାରୀ କହିଛନ୍ତି, ବିଦେଶରୁ ଫେରିଥିବା ୩୧୮ ଯାତ୍ରୀଙ୍କ ମଧ୍ୟରୁ ଅତି କମରେ ୧୨ ଜଣଙ୍କ କୌଣସି ଠିକଣା ମିଳିନାହିଁ। ଲୋକଙ୍କ ସନ୍ଧାନ ପାଇଁ ତଲାସି ଅଭିଯାନ ଜାରି ରହିଛି। କେତେଙ୍କ ଠିକଣା ମିଳିବା ମୁସ୍କିଲ ହୋଇ ପଡିଛି କାରଣ ସେମାନଙ୍କର ମୋବାଇଲ ବନ୍ଦ ରହିଛି। ଅନ୍ୟ କିଛି ଯାତ୍ରୀ ନିଜର ଠିକଣା ଭୁଲ୍ ଦେଇଥିବା ଯାଞ୍ଚରୁ ଜଣା ପଡିଛି।

ବରିଷ୍ଠ ଅଧିକାରୀ  କହିଛନ୍ତି, ସ୍ଵାସ୍ଥ୍ୟ ବିଭାଗର ଏକ ଦଳ ପୁଣି ଥରେ ଦିଆଯାଇଥିବା ଠିକଣା ସ୍ଥଳକୁ ଯିବେ। ଗତ କିଛି ଦିନରେ କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶ ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ନିଖୋଜ ଯାତ୍ରୀଙ୍କୁ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, କୋଭିଡ୍-୧୯ର ନୂତନ ପ୍ରଜାତି ଓମିକ୍ରନକୁ ପ୍ରଥମ ଥର ନଭେମ୍ବର ୨୫ରେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରାଯାଇଥିଲା। ଏବେ ଏହି ଭାରିଏଣ୍ଟ ଅନେକ ଦେଶକୁ ବ୍ୟାପିଗଲାଣି।

   Related Posts