Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟି-୨୦ ସିରିଜ୍ ପୂର୍ବରୁ ଦଳରେ ସାମିଲ ହେବେ ରାହୁଲ ଚହର ! ନେବେ ଏହି ଖେଳାଳିଙ୍କ ସ୍ଥାନ

9/03/2021 at 10:27 PM

ନୂଆଦିଲ୍ଲୀ ୦୯।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଅହମ୍ମଦାବାଦରେ ଖେଳାଯିବ। ଏହି ସିରିଜ୍‌ ପାଇଁ ଭାରତୀୟ ଦଳରେ ରାହୁଲ ଚହରଙ୍କୁ ସାମିଲ କରାଯାଇପାରେ। ରାହୁଲ ଚହରଙ୍କୁ ରାହୁଲ ତେଓ୍ଵତିଆ କମ୍ବା ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଟି-୨୦ରେ ସୁଯୋଗ ଦିଆଯାଇପାରେ। ଏହି ଦୁଇ ଖେଳାଳି ଫିଟନେସ୍ ସମସ୍ୟା ଦେଇ ଗତି କରୁଛନ୍ତି।

ରାହୁଲ ଚହରଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡ ବାଇ ଭାବେ ସାମିଲ କରାଯାଇଥିଲା। ଚହର ଜୈବ ନିରାପତ୍ତା ବଳୟ ଦେଇ ଗତି କରି ସାରିଛନ୍ତି। ରାହୁଲଙ୍କୁ ସୋମବାର ଭାରତୀୟ ଦଳ ସହିତ ଅଭ୍ୟାସ୍‌ ସେସନରେ ଦେଖିବାକୁ ମିଳିଥିଲା।

ଟେଷ୍ଟ ସିରିଜ୍ ସମୟରେ ଯେଉଁ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଥିଲା, ସେମାନଙ୍କ ମଧ୍ୟରେ କେଏସ ଭରତ, ଅଭିମନ୍ୟୁ ଇଶ୍ଵରନ, ଶାହବାଜ ନଦୀମ ଓ ପ୍ରିୟଙ୍କା ପାଞ୍ଚାଲ ସାମିଲ ଥିଲେ। ଏହି ସବୁ ଖେଳାଳିଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଦଳରୁ ରିଲିଜ୍ କରାଯାଇଥିଲା। କିନ୍ତୁ ଚହର ଏବେ ମଧ୍ୟ ଦଳ ସହିତ ଅଛନ୍ତି।

୨୧ ବର୍ଷୀୟ ଚହର ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ଚହର ୨୦୧୯ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ଅନ୍ତରାଷ୍ଟ୍ରୀୟରେ ପଦାର୍ପଣ କରିଥିଲେ। ଏହା ପରଠୁ ସେ ଦଳରୁ ବାହାରେ ଅଛନ୍ତି।

କ୍ରିକବଜ୍‌ ଅନୁଯାୟୀ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ପରି ରାହୁଲ ତେଓ୍ଵତିଆ ମଧ୍ୟ ଏନସିଏରେ ହୋଇଥିବା ଫିଟନେସ୍‌ରେ ବିଫଳ ହୋଇଛନ୍ତି। ତାମିଲନାଡୁର ସ୍ପିନ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କୁ ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେ ଆହତ ହେବାରୁ ଟି-୨୦ ଅନ୍ତରାଷ୍ଟ୍ରୀୟ ପଦାର୍ପଣ କରି ପାରିନଥିଲେ।

   Related Posts