Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

IPLକୁ ନେଇ ବଡ ଖବର, ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ଲିଗ୍‌

25/05/2021 at 8:00 PM

ନୂଆଦିଲ୍ଲୀ ୨୫।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର  ବଳକା ମ୍ୟାଚ୍ ସେପ୍ଟେମ୍ବର ତୃତୀୟ ସପ୍ତାହରେ ୟୁଏଇରେ ଖେଳା ଯାଇପାରେ। ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ବାକି ସମସ୍ତ ୩୧ ମ୍ୟାଚ୍‌ ତିନି ସପ୍ତାହ ଭିତରେ ଖେଳାଯିବ। ଏଥିରେ ୧୦ ଦିନ ଦୁଇଟି ଲେଖାଏଁ ମୁକାବିଲା ଖେଳାଯିବ। ବିସିସିଆଇ ମତରେ ତିନି ସପ୍ତାହର ଓ୍ଵିଣ୍ଡୋ ୩୧ ମ୍ୟାଚ୍ ଆୟୋଜନ ପାଇଁ ପର୍ଯ୍ୟାପ୍ତ ଅଟେ।

ପିଟିଆଇ ଅନୁଯାୟୀ, ବିସିସିଆଇ ଅଧିକାରୀ କହିଛନ୍ତି, ଲିଗ୍‌ ସେପ୍ଟେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ ଆରମ୍ଭ ହୋଇପାରେ। ସେପ୍ଟେମ୍ବର ୧୮ ଶନିବାର ଏବଂ ୧୯ ରବିବାର ପଡୁଛି। ଅର୍ଥାତ ବୋର୍ଡ ଲିଗ୍‌କୁ ଏହି ତାରିଖରୁ ଆରମ୍ଭ କରିପାରେ। ଏହି ପରି ଫାଇନାଲ ମୁକାବିଲା ଅକ୍ଟୋବର ୯ ତାରିଖ କିମ୍ବା ୧୦ ତାରିଖରେ ଖେଳାଯାଇପାରେ। ଅନେକ ଖେଳାଳି କୋଭିଡ୍ ସଂକ୍ରମିତ ହେବା ପରେ ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ୨୯ ମ୍ୟାଚ୍ ଖେଳାଯାଇଥିଲା।

ଭାରତୀୟ ଖେଳାଳି ଇଂଲଣ୍ଡରୁ ସେପ୍ଟେମ୍ବର ୧୫ରୁ ୟୁଏଇ ପହଞ୍ଚିବେ। ଏଠାରେ ତିନି ଦିନ କ୍ଵାରେଣ୍ଟାଇନରେ ରହିବେ। ଅନ୍ୟ ଦେଶର ଖେଳାଳି କ୍ୟାରିବିୟାନ ପ୍ରିମିୟର ଲିଗ୍‌(ସିପିଏଲ)ରୁ ସିଧା ଆଇପିଏଲ ଟିମ୍ ସହ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ, ସିପିଏଲ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ। କୁହାଯାଉଛି ସିପିଏଲକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମାପ୍ତ କରିବାକୁ ଆଲୋଚନା ଚାଲିଛି।

ଉଲ୍ଲେଖଯୋଗ୍ୟ, ଆଇପିଏଲ ୨୦୨୧ର ଆୟୋଜନ ପାଇଁ ବିସିସିଆଇ ଭାରତ ଓ ଇଂଲଣ୍ଡ ସିରିଜର ଦ୍ଵିତୀୟ ଟେଷ୍ଟ ଓ ତୃତୀୟ ଟେଷ୍ଟ ମଧ୍ୟରେ ରହିଥିବା ବ୍ୟବଧାନକୁ କମ କରିବାକୁ ଇସିବିକୁ ଅନୁରୋଧ କରିଥିଲା। କିନ୍ତୁ ଇସିବି ଏହାକୁ ଖଣ୍ଡନ କରି କହିଛି ଯେ, ବିସିସିଆଇ ପକ୍ଷରୁ ଆମକୁ କୌଣସି ପ୍ରକାରର ଅନୁରୋଧ ମିଳିନାହିଁ। ତେଣୁ ଟେଷ୍ଟ ସିରିଜ୍ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଅଗଷ୍ଟ ୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଚାଲିବ। ଟେଷ୍ଟ ସିରିଜ୍ ସମାପ୍ତ ପରେ ଭାରତ ଓ ଇଂଲଣ୍ଡ ଖେଳାଳି ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। କାରଣ ଟି-୨୦ ବିଶ୍ଵ କପ୍ ୟୁଏଇରେ ହେବାର ସମ୍ଭାବନା ମଧ୍ୟ ରହିଛି। ବିସିସିଆଇ ୟୁଏଇରେ ବିଶ୍ଵ କପ୍ ପୂର୍ବରୁ ଆଇପିଏଲ ଆୟୋଜନ କରିବାକୁ ଚାହୁଁଛି।

   Related Posts