Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚାଲିଥିଲା ପାର୍ଲିଆମେଣ୍ଟ ପଶିଆସିଲା ମୂଷା, ଭୟରେ ଚେୟାର ଛାଡି ଦୌଡିଲେ ସାଂସଦ, ଚିହିଁକି ଉଠିଲେ ବାଚସ୍ପତି : ଭିଡିଓ ଭାଇରାଲ…

22/07/2021 at 7:56 PM

ନୂଆଦିଲ୍ଲୀ ୨୨/୦୭ : ମୂଷା କାହାକୁ କିଛି କ୍ଷତି ଘଟାଇବା ଭଳି ଜୀବ ନୁହେଁ ତଥାପି ତାକୁ ଭୟ ରହିଥାଏ । ଆଖପାଖରେ ପ୍ରତିଦିନ ଦେଖୁଥିଲେ ସୁଦ୍ଧା ମନରେ କେଉଁଠି ନା କେଉଁଠି ଭୟ ବାରି ହୋଇପଡିଥାଏ । ସେହିଭଳି କିଛି ଘଟଣା ଘଟିଛି ସ୍ପେନ୍‌ ସଂସଦରେ । ସଂସଦ କାର୍ଯ୍ୟ ଜାରି ରହିଥିବା ବେଳେ ହଠାତ ଗୃହ ମଧ୍ୟକୁ ପଶିଆସିଥିଲା ଏକ ବିରାଟ ମୂଷା । ଯାହାକୁ ଦେଖି ଭାଷଣ ଦେଉଥିବା ସ୍ପିକର ଚିହିକି ଉଠିଥିଲେ । ସଂସଦୀୟ ଅଧିବେଶନ ସମୟର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା​‌ରେ ଲାଗିଛି ।

ଗୃହ ମଧ୍ୟରେ ଉପସ୍ଥିତ ସାଂସଦମାନେ ମଧ୍ୟ ମୂଷାକୁ ଦେଖି ଏରେତେଣେ ଧାଇଁବାକୁ ଲାଗିଲେ । ଯେକୌଣସି ଦେଶ ହେଉନା କାହିଁକି ସଂସଦ କିମ୍ବା ମର୍ଯ୍ୟାଦାପୂର୍ଣ୍ଣ ଗୃହରେ ମାଛି ଟିଏ ମଧ୍ୟ ପଶିବା ମୁସ୍କିଲ ହୋଇଥାଏ । କିନ୍ତୁ ସ୍ପେନ୍ ସଂସଦରେ ମୂଷା ପଶିଯିବା ପରେ ସ୍ପିକରଙ୍କ ସମେତ ଗୃହରେ ଉପସ୍ଥିତ ସଦସ୍ୟମାନଙ୍କର ଅକଲ ଗୁଡୁମ୍ ହୋଇଯାଇଥିଲା । ସଂସଦରେ ବାଚସ୍ପତି ମାର୍ତ୍ତା ବସ୍କୁଏଟ୍‌ ନିଜ ଅଭିଭାଷଣ ଦେଉଥିଲେ । ଏହାରି ମଧ୍ୟରେ କୌଣସି ଏକ ଜୀବକୁ ଦେଖି ସେ ପ୍ରଥମେ ଚିହିକି ଉଠିଥିଲେ । କେହି କିଛି ବୁଝିବା ପୂର୍ବରୁ ସମସ୍ତେ ନିଜ ନିଜ ସିଟ୍‌ରୁ ଉଠି ଏଣେତେଣେ ଧାଇଁବାକୁ ଲାଗିଥିଲେ ।

ସ୍ପେନ୍‌ ସଂସଦରୁ ଭାଇରାଲ ହେଉଥିବା ଏହି ଭିଡିଓରେ ମୂଷାକୁ ଦେଖିୁ ନିଜେ ସ୍ପିକର ତ ଚିହିକି ଉଠିଲେ ଏବଂ ଗୃହରେ ଉପସ୍ଥିତ ସଦସ୍ୟମାନେ ମଧ୍ୟ ଛାନିଆଁ ହୋଇଯାଇଥିଲେ । ସମସ୍ତେ ନିଜ ନିଜ ସିଟ୍‌ରୁ ଉଠି ଏଣେତେଣେ ଧାଇଁବାକୁ ଲାଗିଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସଂସଦରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଭୋଟିଂର ଠିକ୍‌ ପୂର୍ବରୁ ଘଟିଥିବା ଏଭଳି ଅପ୍ରୀତିକର ଘଟଣା । ପରେ ସିକ୍ୟୁରିଟି ଗାର୍ଡ ମୂଷାଟିକୁ ସେଠାରୁ ଧରିନେଇଥିଲେ । ଏହାପ​‌ରେ ଯାଇ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।  

   Related Posts