Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ଭୁବନେଶ୍ଵରଙ୍କୁ ଇଂଲଣ୍ଡ ଗସ୍ତରେ ନନେବା ମସ୍ତବଡ ଭୁଲ୍, ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ କରାଯିବାର ଥିଲା’

27/06/2021 at 4:55 PM

ନୂଆଦିଲ୍ଲୀ ୨୭।୦୬:  ସର୍ବଶ୍ରେଷ୍ଠ ସୁଇଙ୍ଗ ବୋଲର ଭୁବନେଶ୍ଵର କୁମାରଙ୍କୁ ଇଂଲଣ୍ଡ ଗସ୍ତରେ ସାମିଲ କରାନଯିବା ବଡ ଭୁଲ ଏବଂ ଶାର୍ଦ୍ଦୁଳ ଠାକୁର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ର ୧୫ ଜଣିଆ ଦଳରେ ରହିବା ଉଚିତ୍ ଥିଲା। ଏହା କହିଛନ୍ତି ପୂର୍ବତନ ଚୟନକର୍ତ୍ତା ଶରଣଦୀପ ସିଂହ। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ଭାରତ ନ୍ୟୁଜିଲାଣ୍ଡ  ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ଏହା ପରଠୁ ଦଳର ଚୟନ ନେଇ ପ୍ରଶ୍ନ ଉଠିଛି।

ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ବିଜୟ ସହ ଶରଣଦୀପଙ୍କ ଚୟନକର୍ତ୍ତା ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା। ସେ କହିଛନ୍ତି, ଡବ୍ଲ୍ୟୁଟିସି ଫାଇନାଲ୍ ଓ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ  ଟେଷ୍ଟ ସିରିଜ୍ ପାଇଁ ଭୁବନେଶ୍ଵ କୁମାରଙ୍କୁ ଦଳରେ ଚୟନ କରାନଯିବା ଦୂର୍ଭାଗ୍ୟପୂର୍ଣ୍ଣ କଥା। ଇଂଲଣ୍ଡ ପରି ପରିବେଶରେ ଭୁବନେଶ୍ଵର ସବୁଠୁ ଘାତକ ବୋଲର। ତାଙ୍କ ରେକର୍ଡ ଉପରେ ନଜର ପକାଇଲେ ଆପଣ ଜାଣି ପାରିବେ ଯେ, ଇଂରେଜ ମାଟିରେ ଭୁବନେଶ୍ଵର କୁମାର ହିଁ ସଫଳ ବୋଲର।

ଶରଣଦୀପ ପିଟିଆଇ ସହ ଆଲୋଚନା ବେଳେ କହିଛନ୍ତି, ଦୁଇ ଦିନ ପୂର୍ବେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଚୟନ କରାଗଲା। ସେଥିରେ ଦୁଇ ଜଣ ସ୍ପିନରଙ୍କୁ ସାମିଲ୍ କରାଯିବା ଠିକ୍ ଥିଲା। କିନ୍ତୁ ପରେ ଏଥିରେ ପରିବର୍ତ୍ତନ କରାଯିବାର ଥିଲା, କାରଣ ବର୍ଷା ଯୋଗୁଁ ପିଚ୍ ଦ୍ରୁତ ବୋଲିଂ ପାଇଁ ଅନୁକୂଳ ହୋଇ ଯାଇଥିଲା।

ସେ କହିଛନ୍ତି, ଦଳ ପ୍ରବନ୍ଧକ ଦୁଇ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଚୟନ କଲେ କାରଣ ଉଭୟ ବ୍ୟାଟିଂ କରିବାକୁ ସକ୍ଷମ। କିନ୍ତୁ ଜଣେ ମାତ୍ର ଦ୍ରୁତ ବୋଲର ଯିଏ ବ୍ୟାଟିଂ କରି ପାରିବେ , ସେ ହେଉଛନ୍ତି ଶାର୍ଦ୍ଦୁଳ ଠାକୁର। ସେ ୧୫ ଜଣିଆ ଦଳରେ ମଧ୍ୟ ନଥିଲେ। ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଉ କି ନ କରାଯାଉ ତଥାପି ତାଙ୍କୁ ୧୫ ଜଣିଆ ଦଳରେ ରଖାଯିବାର ଥିଲା ବୋଲି ଶରଣଦୀପ ସିଂହ କହିଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର ଉପ ଅଧିନାୟକ  କରାଯାଇଥିବା ଭୁବନେଶ୍ଵର କୁମାରଙ୍କ ସଂଦର୍ଭରେ ଶରଣଦୀପ କହିଛନ୍ତି, ଏହି ଦ୍ରୁତ ବୋଲରଙ୍କୁ ସ୍ଵତଃପ୍ରବୃତ ଭାବେ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ଚୟନ କରାଯିବାର ଥିଲା। ଭୁବନେଶ୍ଵରଙ୍କୁ ଇଂଲଣ୍ଡ ନନେବା ଭାରତୀୟ ଦଳ ପାଇଁ ବହୁତ ବଡ ଭୁଲ୍। କାରଣ ସେ ଭାରତୀୟ ସର୍ବଶ୍ରେଷ୍ଠ ସୁଇଙ୍ଗ ବୋଲର। କିନ୍ତୁ ସେ ଦଳର ଅଂଶ ନାହାନ୍ତି।

   Related Posts