Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଡ୍ରେନ୍‌ରୁ ବିରାଟକାୟ ଅହିରାଜ ସାପ ଉଦ୍ଧାର, ଛଡାଗଲା ଜଙ୍ଗଲରେ

9/11/2020 at 3:15 PM

ପାରଳାଖେମୁଣ୍ଡି ୯।୧୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ୍ ସମ୍ମୁଖରୁ ଏକ ବିରାଟକାୟ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଅହିରାଜଟି ସ୍କୁଲ ସମ୍ମୁଖ ଡ୍ରେନରେ ଦୁଇ ଦିନ ଧରି ରହିଥିଲା । ଏହାପରେ ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ରବିବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଖବର ପାଇବା ପରେ ସାପଟିକୁ ଉଦ୍ଧାର କରିବା ନିମନ୍ତେ ସୋମବାର ସକାଳେ ସହଯୋଗୀଙ୍କ ସହ ପହଞ୍ଚି ଥିଲେ ।

ସାପଟିକୁ ଉଦ୍ଧାର କରିବା ପାଇଁ ଅଧ ଘଣ୍ଟାଏ ସମୟ ଲାଗିଥିଲା । ଉଦ୍ଧାର କାର୍ଯ୍ୟରେ ଶ୍ରୀକାନ୍ତ ନାହାକ, ସ୍ବାଧୀନ ସାହୁ, ଶୁଭମ୍ ସାହୁ, ଶ୍ରୀକାନ୍ତ ସାହୁ ନିୟୋଜିତ ଥିବାବେଳେ ବନ କର୍ମଚାରି ସୌଦାମିନୀ ପଟ୍ଟନାୟକ, ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ । ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଯାଇଛି ।

   Related Posts