Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଚୀନକୁ ଲାଗିଲା ଜୋରଦାର ଝଟକା ! ଭାରତ ସପକ୍ଷରେ ଖୋଲାଖୋଲି ସମର୍ଥନରେ ଆସିଲା ଅଷ୍ଟ୍ରେଲିଆ

1/06/2020 at 10:27 PM

ନୂଆଦିଲ୍ଲୀ ୦୧।୦୬: ସମଗ୍ର ଦୁନିଆରେ କରୋନା ଭୂତାଣୁ ସଂକ୍ରମଣ କରିବା ପରେ ଏବେ ତାଇଓ୍ଵାନଠୁ ନେଇ ହଂକଂ ଏବଂ ଲଦାଖ ସୀମାରେ ଉତ୍ତେଜନା ସ୍ଥିତିର କାରଣ ପାଲଟିଥିବା ଚୀନକୁ ଆଉ ଏକ ଝଟକା ଲାଗିଛି। ଅଷ୍ଟ୍ରେଲିଆ ଖୋଲାଖୋଲି ଭାରତ ସମର୍ଥନରେ ଆସିଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରି ଓ ଫ୍ରେଲ୍ ସୋମବାର ଚୀନ ଉପରେ ପରୋକ୍ଷରେ ହମଲା କରି କହିଛନ୍ତି, କିଛି ଦେଶ ନିଜର ସୀମାର ବାହାର ଅଞ୍ଚଳରେ ବଳପୂର୍ବକ ଦଖଲ ଦେବାରୁ ଅନାବଶ୍ୟକ ଉତ୍ତେଜନା ସୃଷ୍ଟି ହେଉଛି। ଏସବୁ କାମ ସ୍ଵୀକାର୍ଯ୍ୟ ନୁହେଁ। ବେରି ଓ ଫ୍ରେଲ୍ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରକୁ ଅବାଧ ଓ ମୁକ୍ତ ରଖିବା ଭାରତ ଓ ଅଷ୍ଟ୍ରେଲିଆର ଦାୟିତ୍ଵ।

ତାଇଓ୍ଵାନଠୁ ନେଇ ପୂର୍ବ ଲଦାଖରେ ଚୀନ ଦ୍ଵାରା ଉତ୍ତେଜନାମୂଳକ ସ୍ଥିତି ଉତ୍ପନ ହେବା ପ୍ରଶ୍ନର ଉତ୍ତରରେ ବେରି କହିଛନ୍ତି, ଭାରତ ଓ ଅଷ୍ଟ୍ରେଲିଆ ଉଭୟ ଗଣତାନ୍ତ୍ରିକ ଦେଶ। ଦୁଇ ଦେଶରେ କ୍ରିକେଟ୍ ବହୁତ ଲୋକପ୍ରିୟ ଏବଂ ଦୁଇ ଦେଶ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରକୁ ସ୍ଵତନ୍ତ୍ର ଓ ମୁକ୍ତ ରଖିବାକୁ ଚାହାନ୍ତି। ଦୁଇ ଦେଶ ଏହି କ୍ଷେତ୍ରକୁ ସ୍ଵତନ୍ତ୍ର ଏବଂ ମୁକ୍ତ ରଖିବାକୁ ବାଧ୍ୟ। କୌଣସି ଅଞ୍ଚଳରେ ବଳପୂର୍ବକ ଦଖଲ ଦେବା ଠିକ୍ ନୀତି ନୁହେଁ।

ଚୀନର ଗତିରୋଧ ଉପରେ ସେ କହିଛନ୍ତି, ଭାରତ ଓ ଚୀନ ଦ୍ଵିପାକ୍ଷିକ ବାର୍ତ୍ତା ଜରିଆରେ ପ୍ରସଙ୍ଗକୁ ସମାଧାନ କରିବା ଉଚିତ୍। ଅଷ୍ଟ୍ରେଲିଆ କୌଣସି ଦେଶ ଉପରେ ଟିପ୍ପଣୀ କରିବାକୁ ଚାହେଁ ନାହିଁ। ଭାରତ ଓ ଅଷ୍ଟ୍ରେଲିଆର ମୈତ୍ରୀପୂର୍ଣ୍ଣ ସଂପର୍କ ଉପରେ ସେ କହିଛନ୍ତି ଯେ, ଗୋଟିଏ ମାନସିକତା ରଖୁଥିବା ଦୁଇ ଗଣତାନ୍ତ୍ରିକ ଦେଶ ମିଶି କି କାମ କରିବା ବହୁତ ମହତ୍ଵପୂର୍ଣ୍ଣ ଅଟେ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସସ୍‌ଙ୍କ ମଧ୍ୟରେ ଆଗାମୀ ଜୁନ ୪ରେ ପ୍ରଥମ ଭର୍ଚୁଆଲ ସମ୍ମିଳନୀ ହେବାକୁ ଯାଉଛି। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହି ବୈଠକ କେତେ ସମୟ ଧରି ଚାଲିବ।

   Related Posts