ଚେନ୍ନାଇଠାରୁ ହାରିବା ପରେ ବିରାଟ କୋହଲିଙ୍କୁ ବଡ ଝଟ୍‌କା, ଲାଗିଲା ୧୨ ଲକ୍ଷ ଟଙ୍କାର ଫାଇନ୍

Published By : Prameya-News7 Bureau | April 26, 2021 IST

ମୁମ୍ବାଇ, ୨୬।୦୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରବିବାର ଆଇପିଏଲ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସଠାରୁ ପରାସ୍ତ ହୋଇଛି । ଏହି ମୁକାବିଲାରେ ବିରାଟଙ୍କୁ ଡବଲ୍ ଝଟ୍‌କା ଲାଗିଛି । ଗୋଟିଏ ଦିଗରେ ଆରସିବି ମ୍ୟାଚ୍ ହାରିଥିବା ବେଳେ ବିରାଟଙ୍କୁ ଲାଗିଛି ଜରିମାନା । ମ୍ୟାଚ୍ ବେଳେ ଧିମା ବୋଲିଂ ପାଇଁ ବିରାଟଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।

ରବିବାର ଖେଳାଯାଇଥିବା ଏହି ହାଇ ଭୋଲଟେଜ୍ ମୁକାବିଲାରେ ବେଙ୍ଗାଲୁରୁ ଚେନ୍ନାଇଠୁ ୬୯ ରନ୍‌ରେ ପରାସ୍ତ ହୋଇଥିଲା । ଆଇପିଏଲର ଗଣମାଧ୍ୟମ ବିଜ୍ଞପ୍ତି ଅନୁସାରେ, ଆରସିବି ଅଧିନାୟକଙ୍କ ବିରୋଧରେ ଧିବା ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଏଥିରେ କୁହାଯାଇଛି ଯେ,  ଆଇପିଏଲ ଆଚାର ସଂହିତା ଆଧାରରେ ଧିମା ବୋଲିଂ ପାଇଁ ଆରସିବି ଅଧିନାୟକଙ୍କୁ ଦାୟୀ କରାଯାଇଛି । ତେଙ୍କୁ ତାଙ୍କୁ ଫାଇନ୍ ଲାଗିଛି ।

ଆରସିବି ଚଳିତ ସିଜିନରେ ପ୍ରଥମ ପରାଜୟର ସାମ୍ନା କରିଛି । ଏହାପୂର୍ବରୁ କେକେଆର ଅଧିନାୟକ ଇଆନ ମୋର୍ଗାନ, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଓ ଚେନ୍ନାଇ ସୁପର କିଙ୍ଗସ୍ ଅଦିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି ।

ଆରସିବି ଆଇପିଏଲ-୧୪ରେ ଲଗାତର ୪ଟି ବିଜୟ ପରେ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ୬୯ରେ ବାଜି ମାରି ନେଇଥିଲା । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ଖେଳ ଆଗରେ ଆରସିବି ସମ୍ପୂର୍ଣ୍ଣ ହାର୍ ମାନି ଯାଇଥିଲା । ଏହି ବିଜୟ ସହ ସିଏସକେ ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.