OLAର ବଡ଼ ଘୋଷଣା, କେବଳ ମହିଳା ଚଳାଇବେ ବିଶ୍ବର ସବୁଠୁ ବଡ଼ ଇ-ସ୍କୁଟର ପ୍ଲାଣ୍ଟ

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯: ଭାରତୀୟ ବଜାରକୁ ଇ-ସ୍କୁଟର ଆଣିବା ପରେ ଏବେ ଓଲା ଆଉ ଏକ ବଡ଼ ଘୋଷଣା କରିଛି। କମ୍ପାନୀର ସହସଂସ୍ଥାପକ ଭାବିଶ ଅଗ୍ରଓ୍ବାଲଙ୍କ ଅନୁସାରେ, ତାମିଲନାଡୁରେ ଥିବା ଓଲା ଇଲେକ୍ଟ୍ରିକ୍‌ ସ୍କୁଟର ପ୍ଲାଣ୍ଟ କେବଳ ମହିଳାମାନଙ୍କ ଦ୍ବାରା ପରିଚାଳିତ ହେବ । ସେଥିପାଇଁ ପ୍ଲାଣ୍ଟରେ ୧୦ ହଜାରୁ ଅଧିକ ମହିଳାଙ୍କୁ ନିଯୁକ୍ତି ମିଳିବ । ଏହା ସହ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ମହିଳାଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ବିଶ୍ବର ପ୍ରଥମ ମୋଟର ଭେଇକିଲ୍‌ ମ୍ୟାନୁପାକ୍ଚରିଂ ପ୍ଲାଣ୍ଟ ଓଲା, ଯାହାକି ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ପ୍ଲାଣ୍ଟରେ କାର୍ଯ୍ୟ କରିବାକୁ ଥିବା ପ୍ରଥମ ବ୍ୟାଚ୍‌ର ମହିଳା କର୍ମଚାରୀଙ୍କ ଭିଡିଓ ଭାବିଶ ଅଗ୍ରଓ୍ବାଲ ସେୟାର କରିଛନ୍ତି।  ମହିଳାମାନଙ୍କ ଠାରେ କୌଶଳ ଆହୁରି ବୃଦ୍ଧି କରିବାକୁ ପ୍ଲାଣ୍ଟ ତିଆରି କରିଥିବା ନେଇ କହିବା ସହ ପ୍ଲାଣ୍ଟରେ ତିଆରି ହେଉଥିବା ଏବଂ ହେବାକୁ ଥିବା ପ୍ରତିଟି ଗାଡ଼ି ପାଇଁ ମହିଳାମାନେ ଦାୟୀ ରହିବେ ବୋଲି ସେ କହିଛନ୍ତି।

wp:html /wp:html

ଅନ୍ୟପଟେ ମହିଳାମାନଙ୍କୁ ଏମିତି ସୁଯୋଗ ମିଳିବା ପରେ ଜିଡିପି ବୃଦ୍ଧି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ମ୍ୟାନୁଫାକଚରିଂ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ କେବଳ ୧୨ ପ୍ରତିଶତ ରହିଛି। ମହିଳାଙ୍କୁ ରୋଜଗାର ଦେଲେ କେବଳ ସେମାନଙ୍କ ପରିବାର ନୁହେଁ ବରଂ ପୂରା ସମାଜର ବିକାଶ ସମ୍ଭବ ବୋଲି ଭାବିଶ ଅଗ୍ରାଓ୍ବାଲ କହିଛନ୍ତି। ଏହା ବ୍ୟତୀତ ଓଲାର ଏହି ପ୍ଲାଣ୍ଟରୁ ଏବେ ବାର୍ଷିକ ୧୦ ଲକ୍ଷ ସ୍କୁଟର ତିଆରି ହେବାକୁ ଥିବା ବେଳେ ଚାହିଦାକୁ ଦେଖି ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରାଯିବ ।

କିନ୍ତୁ ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବା ପରେ ପ୍ରତି ବର୍ଷ କୋଟିଏ ସ୍କୁଟର ତିଆରି ହୋଇପାରିବ ବୋଲି ଓଲା ପକ୍ଷରୁ କୁହାଯାଇଥିଲା। ଅଗଷ୍ଟ ମାସରେ କମ୍ପାନୀ ଦୁଇଟି ଭାରିଏଣ୍ଟ ଏସ ୧ ଏବଂ ଏସ ୧ ପ୍ରୋ ଇ-ସ୍କୁଟର ଲଞ୍ଚ କରିଥିଲା।  ଏହି ଦୁଇ ଭାରିଏଣ୍ଟର ମୂଲ୍ୟ ୯୯,୯୯୯ ଟଙ୍କା ଏବଂ ୧,୨୯,୯୯୯ ଟଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.