ମୁକେଶକୁ ଯୌନ ନିର୍ଯାତନା: ଜେଲ୍‌ କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ନିର୍ଭୟା ଦୋଷୀ

Published By : Prameya-News7 Bureau | January 28, 2020 IST

ନୂଆଦିଲ୍ଲୀ୨୮/୧: ଜେଲ୍‌ କର୍ତ୍ତୁପକ୍ଷଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲା ନିର୍ଭୟା ଦୋଷୀ ମୁକେଶ। ଜେଲ୍‌ରେ ଥିବା ସମୟରେ ମୁକେଶକୁ ଯୌନ ନିର୍ଯାତନା ଦିଆଯାଇଥିଲା। ନିର୍ଭୟା ମାମଲାରେ ଜେଲ୍‌ରେ ଥିବା ଅନ୍ୟ ଦୋଷୀ ଅକ୍ଷୟ ସହ ଶାରିରୀକ ସଂପର୍କ ରଖିବା ପାଇଁ ମୁକେଶକୁ ବାଧ୍ୟ କରାଯାଇଥିଲା। ତାଙ୍କ କଥାରେ ମୁକେଶ ରାଜି ହୋଇ ନ ଥିଲା। ତେଣୁ  ଜେଲ୍‌ରେ ତାକୁ ନିର୍ଧୁମ ମାଡ଼ ମରାଯାଇଥିଲା।  ସେଥିପାଇଁ ଭୟରେ ସେ ପାଞ୍ଚ ବର୍ଷ ରାତିରେ ଠିକ୍‌ ଭାବେ ଶୋଇ ପାରି ନଥିବା ମୁକେଶ କହିଛନ୍ତି।

ନିର୍ଭୟା ଦୋଷୀ ମୁକେଶ କୁମାର ସିଂହ ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା। ଏହା ସହିତ ଫେବୃଆରୀ ୧ରେ ଫାଶୀ ଦେବା ଲାଗି ନିମ୍ନ ଅଦାଲତ ଜାରି କରିଥିବା ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଲାଗୁ କରିବାକୁ ମଧ୍ୟ ଦାବି କରିଥିଲା ଦୋଷୀ ମୁକେଶ ।

ତେବେ ରାଷ୍ଟ୍ରପତି ତାର ରାଜକ୍ଷମା ଆବେଦନକୁ ଠିକ୍ ଭାବେ ବିଚାର କରି ନାହାନ୍ତି ବୋଲି ମୁକେଶ ପିଟିସନରେ ଇଲ୍ଲେଖ କରିଥିବା ଜଣାପଡିଛି । ସେପଟେ ନିର୍ଭୟା ମାମଲାରେ ଏକମାତ୍ର ସାକ୍ଷୀକୁ ପ୍ରଭାବିତ କରାଯାଇଥିବା ଅନ୍ୟତମ ଦୋଷୀ ପୱନ ଗୁପ୍ତାର ବାପା ଅଭିଯୋଗ କରିଥିଲେ । ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ମୁକେଶ ସହିତ ପୱନର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିବାବେଳେ ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ କରି ନାହାନ୍ତି। ଫେବୃଆରୀ ୧ରେ ଦୋଷୀଙ୍କୁ ଫାଶୀ ଦେବା ନେଇ ଅନିଶ୍ଚିତତା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.