Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସୁଛି ବଡ ବନ୍ୟା, ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

28/08/2020 at 8:11 PM

ଭୁବନେଶ୍ୱର, ୨୮।୦୮: ମହାନଦୀରେ ଆସୁଛି ବଡ ବନ୍ୟା । ହୀରାକୁଦରେ ଖୋଲିଲାଣି ୪୦ ଗେଟ୍ । ଛତିଶଗଡ଼ରେ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ହୀରକୁଦର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ପ୍ରତି ସେକେଣ୍ଡରେ ହୀରାକୁଦରୁ ୬ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଜଳ ସେଚନ ବିଭାଗ କହିବା ଅନୁସାରେ ମୁଣ୍ଡଳିରେ ସାଢ଼େ ୧୦ଲକ୍ଷ  କ୍ୟୁସେକ ଜଳ ପ୍ରବାହିତ ହେବ ।  ତେଣୁ ମହାନଦୀ ଅବବାହିକାର ସମସ୍ତ ଜିଲ୍ଲାକୁ ସର୍ତକ ରହିବାକୁ ନିର୍ଦେଶ ଦିଆଯିବା ସହ ଅତିରିକ୍ତ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ମୁତୟନ କରାଯାଇଛି ।

୪୦ରୁ ଅଧିକ ଗେଟ୍‌ ଖୋଲିଲାଣି । ଛତିଶଗଡ଼ରେ ପ୍ରବଳ ବର୍ଷୁଛି । ଆହୁରି ପାଣି ଆସିବ ହୀରାକୁଦକୁ ।  ତେଣୁ ତଳମୁଣ୍ଡ ଉପରମୁଣ୍ଡ ଉବୁଟୁବୁ କରିବ । ମହନଦୀ ଅବବାହିକାର ଜିଲ୍ଲା ଗୁଡ଼ିକ ପାଇଁ ସତର୍କତା ବଢୁଛି । ଦୁଇ ଦିନରେ ଛତିଶଗଡରେ ୨ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଯେଉଁଥିପାଇଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ବର୍ତମାନ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୬ଲକ୍ଷ ୬୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪୦ ଟି ଗେଟ ମାଧ୍ୟମରେ ୫ଲକ୍ଷ ୭୭ ହଜାର କ୍ୟୁସେକ ଜଳ ବାହାରୁଛି । ଖଇରମାଳ ଠାରେ ତେଲ, ସୁକତେଲ, ଜିରା ଏବଂ ଅଙ୍ଗନଦୀରୁ ଆହୁରି ୪ ଲକ୍ଷ ଜଳ ମିଶିବ ମହାନଦୀରେ । ତେଣୁ ମୁଣ୍ଡଳିରେ ସାଢ଼େ୧୦ ଲକ୍ଷ ଜଳ ପ୍ରବାହିତ ହେବ ।  ୩୬ ଘଣ୍ଟା ଭିତରେ ମୁଣ୍ଡଳି​‌ରେ ପହଞ୍ଚିବ । ବର୍ତମାନ ମୁଣ୍ଡଳିରେ ୬ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି।

ମହାନଦୀ ଅବବାହିକାରେ ଆସୁଥିବା କେନ୍ଦ୍ରପଡା, ଜଗତ୍‌ସିଂହପୁର,କଟକ, ପୁରୀ ଜିଲ୍ଲା ପାଇଁ ବିପଦ ରହିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି  ନିର୍ଦ୍ଦେଶ ଜାରି କରିଛନ୍ତି । ବିଶେଷ କରି ପ୍ରଭାବିତ  ଜିଲ୍ଲାର ନଦୀ ବନ୍ଧ ତଦରାଖ ପାଇଁ ଜଳସେଚନ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନେ ପାଟ୍ରୋଲିଂ କରୁଛନ୍ତି । ଏହା ସହ ଅତିରିକ୍ତ ଏନଡିଆରଏଫ  ଏବଂ ଓଡ୍ରାଫ ଟିମ ମୁତୟନ ମଧ୍ୟ କରାଯାଇଛି । ତଳିଆ ଅଞ୍ଚଳରେ  ଯେପରି ଘଳିଆ ନ ହୁଏ ସେଥିପାଇଁ ଗାଁ ଲୋକମାନେ ସର୍ତକ ରହି ପ୍ରଶାସନକୁ ଖବର ଦେବାକୁ କୁହାଯାଇଛି । 

ଛତିଶଗଡରେ ବର୍ଷା ଜାରି ରହିଛି। ୧୭ ଟି ଜିଲ୍ଲାରେ ବର୍ଷା ଲାଗିରହିଛି। ୭୨ ଟି ସ୍ଥାନରେ ଭାରି ବର୍ଷା ହେଉଛି। ଏପଟେ  ରାଜ୍ୟରେ ବୁଢ଼ାବଳଙ୍ଗ, ବୈତରଣୀ,ବ୍ରହ୍ମଣୀ ନଦୀର ଜଳସ୍ତର କମୁଛି। । ଓଡିଶାରେ ବର୍ଷା ଥମିଥିବାବେଳେ ଏବେ ଛତିଶଗଡରେ ଲାଗି ରହିଥିବା ବର୍ଷା ଓଡିଶା ପାଇଁ ବିପଦ ଆଶଙ୍କା ସୃଷ୍ଟି କରୁଛି। 

   Related Posts