ମାଲାମାଲ୍ ମତ୍ସଜୀବୀ : ଜାଲରେ ପଡିଲା ୯କ୍ବିଣ୍ଟାଲ୍ର ମାଛ, ୨୦ହଜାର ଟଙ୍କାରେ ହେଲା ନିଲାମ
2/03/2020 at 2:07 PM

ଜଳେଶ୍ବର ୦୨।୦୩ : ଜାଲରେ ପଡିଲା ୯୦୦ କିଲୋଗ୍ରାମର ମାଛ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ପଡିଛି ଏହି ମାଛ । ତେବେ ଜାଲରେ ପଡିଥିବା ଏହି ୯କ୍ବିଣ୍ଟାଲର ମାଛକୁ ନିଲାମ କରାଯାଇଥିବାର ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ମାତ୍ସଜୀବୀମାନେ ମାଛ ଧିରିବାକୁ ସମୁଦ୍ରକୁ ଯାଇଥିଲେ । କିନ୍ତୁ ଦୀଘା ମୁହାଣରେ ଫେରିବା ସମୟରେ ମତ୍ସଜୀବୀଙ୍କ ଜାଲରେ ଏକ ବିରାଟକାୟ ମାଛ ପଡିଥିବାରେ ଦେଖିବାକୁ ମିଳିଛି । ମାଛର ଆକାର ଏତେ ବଡ ଥିଲା ଯେ, ମାଛଟିକୁ ବୁହା ହେବା ପାଇଁ ଟ୍ରକ ଡକାଯାଇଥିଲା । ଏକ ଟ୍ରକ ଯୋଗେ ମାଛକୁ ଦୀଘା ମାଛ ମାର୍କେଟକୁ ନିଆଯାଇଥିଲା । ତେବେ ଏତେ ବଡ ମାଛଟିକୁ ଦେଖିବାକୁ ପାଇଁ ମାଛ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପରେ ମାଛଟିକୁ ୨୦ହଜାର ଟଙ୍କାରେ ନିଲାମ କରାଯାଇଥିବାର ସୂଚନା ମିଳିଛି ।