Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଥର ବିଜେଡି ପାଇଁ ସହଜ ହେବନି ସୁକିନ୍ଦା ସିହାଂସନ, ସୁଖ ଦୁଃଖର ସାଥୀ ଖୋଜୁଛନ୍ତି ଭୋଟର

26/04/2019 at 6:37 PM

ଯାଜପୁର୨୬|୪: ସୁକିନ୍ଦାର ରାଜନୈତିକ ପାଣିପାଗ ଏବେ ବେସ ସରଗରମ । ଏଥର ଘଡାଇଙ୍କୁ ଚେକ ଦେବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ ବିଜେପି, କଂଗ୍ରେସ ଏବଂ ବିଜେଡ଼ିର ଅସନ୍ତୁଷ୍ଟ କର୍ମୀ । ଆମେ ଏହା କହିପାରିବା ଏଥର ସହଜ ହେବନି ସୁକିନ୍ଦା ସିହାଂସନ ।

ସହଜ ହେବନି ସୁକିନ୍ଦା ସିହାଂସନ । ସୁନାର ସୁକିନ୍ଦା , ଖଣି ଖାଦାନ ଭରା ନିର୍ବାଚନ ମଣ୍ଡଳୀ ।  ଏଥର ସୁକିନ୍ଦାରେ ହେବ ତ୍ରିମୁଖୀ ଲଢେଇ । ବିଜେଡି, ବିଜେପି ଓ କଂଗ୍ରେସ କେହି କାହାଠୁ କମରେ ନାହାନ୍ତି । ତିନି ଦଶନ୍ଧି ଧରି ଏଠାରେ ଘଡାଇ ପରିବାରର ରାଜୁତି ଚାଲିଛି । ହେଲେ ବିଜେଡିକୁ ଚେକ ଦେବାକୁ ଏଥର ପୁରା ବ୍ଲୁ ପ୍ରିଣ୍ଟ ରେଡି କରିଛନ୍ତି ପ୍ରମୁଖ ପ୍ରତିଦ୍ବନ୍ଦି । ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଘଡାଇ ଏହି ଆସନରୁ ପାଞ୍ଚଥର ବିଧାୟକ ପାର୍ଥୀ ହୋଇଥିବା ବେଳେ ପୁଅ ପ୍ରୀତିରଞ୍ଜନ 2014ରୁ ବିଧାୟକ ପଦରେ ଅଛନ୍ତି ।

ସୁକିନ୍ଦା ଓ ଦାନଗଦି ବ୍ଲକ ର ୪୮ ପଞ୍ଚାୟତ କୁ ନେଇ ୫୪ ନମ୍ବର ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ଭୋଟରଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ ରୁ ଅଧିକ । ତେବେ ଏଠାରେ ୧୯୮୫ ମସିହାରେ ବିଜୟ ହାସଲ କରିଥିଲେ ବରିଷ୍ଟ କଂଗ୍ରେସ ନେତା ଶରତ ରାଉତ । ତାପରଠୁ ଦଳର କ୍ଷମତା ଦଖଲ ଆଶା କେବଳ ଆଶାରେ ହିଁ ରହିଯାଇଛି । ୨୦୧୪ ରେ ମାତ୍ର ୪ ,୭୦୪ ଖଣ୍ଡ ଭୋଟରେ ପରାଜିତ ହୋଇଥିବା ଶରତ ରାଉତ ପୁଣି ଥରେ ନିର୍ବାଚନ ଲଢିବା ଲାଗି ପ୍ରସ୍ତୁତ ହୋଇଛନ୍ତି ।

ସେପଟେ ଦଳୀୟ କନ୍ଦଳ ଘଡାଇଙ୍କ ପାଇଁ ଚଳିତ ଥର ବଡ ସମସ୍ୟା ହୋଇ ଉଭା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡି ଟିକେଟ ଆଶାରେ ନିଜସ୍ବ ସଂଗଠନ ବଦଳାଇଛନ୍ତି ମହେନ୍ଦ୍ର ଧଳ । ଅନ୍ୟପଟେ ଦଳରୁ ବିତାଡିତ ହୋଇ ବିଜେପିରେ ମିସିଥିବା ପ୍ରଦୀପ ବଳ ସାମନ୍ତ ମଧ୍ୟ ଅଞ୍ଚଳରେ ପଦ୍ମ୍ ଫୁଟାଇବାକୁ ଉଦ୍ୟମ ଚଳାଇଛନ୍ତି । ଭୋଟର କିନ୍ତୁ କହିଲେଣି, ଯିଏ ସୁଖ ଦୁଃଖର ସାଥି ହେବ ତାକୁ ହିଁ ଆମେ ବାଛିବୁ । ହେଲେ ଚଳିତ ନିର୍ବାଚନରେ ସୁନାର ମକୁଟ କିଏ ପିନ୍ଧିବ ତାହା ନିର୍ଚାଚନ ଫଳାଫଳ ହିଁ କହିବ ।

   Related Posts