ରାଜ୍ୟ ସରକାରଙ୍କ ନୂଆବର୍ଷ ଡାଏରୀ : ଗୋପବନ୍ଧୁଙ୍କ କବିତାକୁ ଚୋରି କଲେ ରାଧାନାଥ, ଅକ୍ଷମଣୀୟ ଭୁଲ

Published By : Prameya-News7 Bureau | January 01, 2019 IST

ଭୁବନେଶ୍ୱର ୧/୧ : ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଡାଏରୀ ପ୍ରକାଶ କରିଥାନ୍ତି | ଏହି ଡାଏରୀ ଅତ୍ୟନ୍ତ ଉପାଦେୟ ହୋଇଥାଏ | ଏଥିରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ଯୋଗାଯୋଗ ନମ୍ବରଠୁ ଆରମ୍ଭ କରି ଅତ୍ୟାବଶ୍ୟକ ତଥ୍ୟ ରହିଥାଏ | ଏହାର ଯଥେଷ୍ଟ ଚାହିଦା ମଧ୍ୟ ରହିଥାଏ | ରାଜ୍ୟ ସୂଚନା ଭାବନା ଠାରେ ଡାଏରୀ ଉପଲବ୍ଧ ହୋଇଥାଏ |

ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଡାଏରୀ ପ୍ରକାଶନ ଦାୟିତ୍ୱରେ ରହିଥିବାବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହାର ବିତରଣ କରିଥାଏ | ଏତେ ସବୁ ଵର୍ଣ୍ଣନା କରିବାର କାରଣ ହେଉଛି ଏଥର ଡାଏରୀରେ ଏକ ସାଙ୍ଘାତିକ ଭୁଲ ଛପାଯାଇଛି | ବାହାର ରାଜ୍ୟର କେହି ଯଦି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସାମାନ୍ୟ କଦର୍ଥ କରେ ତାହାହେଲେ ରାଜ୍ୟର ସାଧାରଣ ଲୋକଙ୍କୁ ଆରମ୍ଭ କରି ଜନପ୍ରତିନିଧି, ରାଜନେତା ଏବଂ ଖୋଦ ସରକାର ତମ୍ବି ତୋଫାନ କରନ୍ତି | ନିକଟରେ ଅଭିଜିତ ଆୟାର ମିତ୍ର ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ହରଡ ଘଣାରେ ପଡ଼ିଥିଲେ | ବିଧାନସଭା ତାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲା | କିନ୍ତୁ ଖୋଦ ରାଜ୍ୟ ସରକାର ଏହି ଡାଏରୀରେ ଓଡ଼ିଆ ସାହିତ୍ୟର ଧଜିଆ ଉଡାଇ ଦେଇଛନ୍ତି |

{"id":69452}

ଓଡ଼ିଆ ସାହିତ୍ୟର ସୁରକ୍ଷା ପାଇଁ ଗୋଟେ ପଟେ ରାଜ୍ୟ ସରକାର ଆଇନ ପ୍ରଣୟନ କରୁଛନ୍ତି, ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପାଇଁ ଶୁଭ ଦେଉଛନ୍ତି, ଭାଷା ଆୟୋଗ ଗଠନ କରୁଛନ୍ତି | କିନ୍ତୁ ଅନ୍ୟପଟେ ଓଡ଼ିଆ ସାହିତ୍ୟ ପ୍ରତି ବେପରୁଆ ମନୋଭାବ ପୋଷଣ କରୁଛନ୍ତି | ଏକଥା ଚଳିତ ବର୍ଷର ସରକାରୀ ଡାଏରୀକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି |

{"id":69453,"width":594,"height":200}

 ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷର ସରକାରୀ ଡାଏରୀକୁ ଅଧିକ ରୁଚିପୂର୍ଣ୍ଣ କରାଯାଇଛି ଏହା ନିଃସନ୍ଦେହ | କିନ୍ତୁ ଚଳିତ ବର୍ଷର ଡାଏରୀରେ ସରକାର ଏକ ଅକ୍ଷମଣୀୟ ଅପରାଧ ମଧ୍ୟ କରିଛନ୍ତି | ଚଳିତ ବର୍ଷ ଡାଏରୀରେ ଏଥର ପ୍ରତ୍ୟେକ ମାସ ପୂର୍ବରୁ ଜଣେ ପ୍ରସିଦ୍ଧ ସାହିତ୍ୟିକଙ୍କ କବିତାର ଉଦ୍ଧୃତାଂଶ ଦିଆଯାଇଛି | ଏହା ବାସ୍ତବିକ ପ୍ରଶଂସନୀୟ | କିନ୍ତୁ ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା ଭଳି ଏମିତି ଏକ କାମ କରିଛନ୍ତି ଯାହା ସରକାରଙ୍କୁ ନିନ୍ଦିତ କରିବ |

{"id":69455,"width":592,"height":764}

ଡାଏରୀରେ ଫେବୃଆରୀ ମାସ ପୂର୍ବରୁ ଯେଉଁ କଭର ଫଟୋଟି ରହିଛି ସେଥିରେ ୧୯୨୫ ମସିହାରେ ଗୋପବନ୍ଧୁଙ୍କ ଦ୍ବାରା ରଚିତ କାଳଜୟୀ କବିତା ‘ଧର୍ମପଦ’ର ଧାଡି ଉଲ୍ଲେଖ କରାଯାଇଛି | ଏହି ଦୁଇ ଧାଡି ଓଡିଶାର ଘରେ ଘରେ ସମସ୍ତଙ୍କ ମୁଖନ୍ତ ମଧ୍ୟ । ତାହା ହେଉଛି -

"ମାନବ ଜୀବନ ନୁହଁଇ କେବଳ

ବର୍ଷ ମାସ ଦିନ ଦଣ୍ଡ

କର୍ମେ ଯିଏଁ ନର କର୍ମ ଏକା ତାର

ଜୀବନର ମାନଦଣ୍ଡ"

ପଞ୍ଚମ ଶ୍ରେଣୀର ସାହିତ୍ୟ ବହିରେ ମଧ୍ୟ ଗୋପବନ୍ଧୁଙ୍କ ଏହି କବିତା ପଢ଼ାଯାଏ | ବିଭିନ୍ନ ପରିସ୍ଥିତିରେ ଏହି ଉଦ୍ଧୃତାଂଶକୁ ବକ୍ତାମାନେ ସେମାନଙ୍କ ଭାଷଣରେ ଉଦ୍ଧାର କରିଥାନ୍ତି ।  କିନ୍ତୁ ଆଶ୍ଚର୍ଯ୍ୟ ଏବଂ ପରିତାପର ବିଷୟ ହେଉଛି ଏହି କବିତାଟି ରାଧାନାଥଙ୍କ ବୋଲି ଡାଏରୀରେ ଉଲ୍ଲେଖ ରହିଛି | କେବଳ ସେତିକି ନୁହେଁ ଏହି କବିତାଂଶଟିର ଉପରକୁ କବିବର ରାଧାନାଥ ରାୟଙ୍କ ଫଟୋଟିଏ ମଧ୍ୟ ଦିଆଯାଇଛି |

{"id":69449}

ଏଭଳି ତ୍ରୁଟି ରାଜ୍ୟର ସାହିତ୍ୟପ୍ରେମୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକଙ୍କୁ ଆଘାତ ଦେଇଛି | ଏଭଳି ଭୁଲକୁ କ୍ଲରିକାଲ ଏରର  ବା ଟାଇପୋଲୋଜିକାଲ ଏରର ବୋଲି ଦର୍ଶାଇ ସରକାର ଖସି ଯାଇପାରିବେ ନାହିଁ | ଏଭଳି ଭୁଲ କରି ରାଜ୍ୟ ସରକାର ପରୋକ୍ଷରେ ଗୋପବନ୍ଧୁଙ୍କ ସାହିତ୍ୟକୁ ହତ୍ୟା କରିଛନ୍ତି | ପଞ୍ଚସଖାଙ୍କୁ ସମ୍ମାନ ଜଣାଇ ଗୋପବନ୍ଧୁଙ୍କ ଜନ୍ମମାଟିରେ ସରକାର ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି | ଅପରପକ୍ଷରେ ଗୋପବନ୍ଧୁଙ୍କ କବିତାକୁ ମଧ୍ୟ ଜାଣିପାରୁନାହାନ୍ତି |

୨୦୧୯ ମସିହାର ସରକାରୀ ଡାଏରୀରେ ଏଭଳି ଭୁଲକୁ ନେଇ ଅସନ୍ତୋଷ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି | ବିରୋଧୀମାନେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଆରମ୍ଭ କଲେଣି | ଏଭଳି ଭୁଲ ପାଇଁ ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ସଫେଇ ଦିଆଯାଇନାହିଁ |

{"id":69450}

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲାର ସୁଆଣ୍ଡୋ ଠାରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ, ଶିକ୍ଷାବିତ ଓ ରାଜନେତା ଥିଲେ | ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ରହିଥିଲା ବିଶେଷ ଅବଦାନ | ସମାଜ ସଂସ୍କାରକ ଭାବେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ | ସମାଜ ଖବରକାଗଜ ପ୍ରତିଷ୍ଠା କରି ଲୋକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ |

{"id":69451}

୧୯୨୧ ମସିହାରେ ଥରେ ସେ କାରାବରଣ କରିଥିବାବେଳେ ପୁଣି ୧୯୨୨ ମସିହାରେ କାରାବରଣ କରି ହଜାରୀବାଗ ଜେଲରେ ରହିଥିଲେ | ହଜାରୀବାଗ ଜେଲରେ ରହିବା ସମୟରେ ସେ ରଚନା କରିଥିଲେ ବହୁ କବିତା | ଏହି ସବୁ କବିତାକୁ ଏକାଠି କରି ପ୍ରକାଶ ପାଇଥିଲା କାରାକବିତା | ଅନ୍ୟାନ୍ୟ କାବ୍ୟ କବିତା ଅପେକ୍ଷା କାରା କବିତା ବେଶ ପ୍ରରଣାଦାୟୀ ଥିଲା । ତେବେ ୧୯୨୪ ମସିହାରେ ସେ କାରାମୁକ୍ତ ହୋଇଥିଲେ । ସେହି ବର୍ଷ ସେ ଆରମ୍ଭ କରିଥିଲେ ଧର୍ମପଦ କାବ୍ୟ ରଚନା । ୧୯୨୫ ମସିହାରେ ଧର୍ମପଦ ଆତ୍ମ ପ୍ରକାଶ କରିଥିଲା । ଉପରୋକ୍ତ କବିତାଂଶଟି ଧର୍ମପଦ କାବ୍ୟରୁ ଆନୀତ ।

 

ଅପରପକ୍ଷରେ କବିବର ରାଧାନାଥ ରାୟ ମଧ୍ୟ ଜଣେ ତୁଙ୍ଗ ସାରସ୍ୱତ ସାଧକ | ଚିଲିକା, ଚନ୍ଦ୍ରଭାଗା, ଦରବାର ଭଳି ବହୁ କାଳଜୟୀ କାବ୍ୟ ଓ କବିତା ରଚନା କରି ସେ ଓଡ଼ିଆ ସାହିତ୍ୟକୁ ରିଦ୍ଧିମନ୍ତ କରିଛନ୍ତି | ତାଙ୍କ ଫଟୋ ଦେଇ ଗୋପବନ୍ଧୁଙ୍କ କବିତା ଛାପିବା ତାଙ୍କ ପାଇଁ ଅସମ୍ମାନ | ଅର୍ଥାତ ଦୁଇ ଦୁଇ ଜଣ ପ୍ରଥିତଯଶା କବିଙ୍କୁ ରାଜ୍ୟ ସରକାର ଗୋଟିଏ ଝଟକାରେ ଅସମ୍ମାନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.