Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କେନ୍ଦ୍ରାପଡ଼ାରେ ଜୟ-ବିଜୟଙ୍କ ପ୍ରିମିୟର ଶୋ:ମୁଖ୍ୟ ଆଟ୍ରାକ୍ସନ୍ ସିନେଷ୍ଟାର୍ ବାବୁସାନ୍, ଅସନ୍ତୁଷ୍ଟ ବି ବସିଲେ ମଞ୍ଚରେ

6/04/2019 at 7:46 PM

କେନ୍ଦ୍ରାପଡା୬|୪(ମାତୃଦତ୍ତ ମହାନ୍ତି):  ଆଜି କେନ୍ଦ୍ରାପଡ଼ାରେ ଥିଲା ଜୟ-ବିଜୟଙ୍କ ବିଗ୍ ଶୋ’। ଆମେ କୌଣସି ଫିଲ୍ମ ଶୋ’ କଥା କହୁନୁ । ଆମେ କହୁଛୁ ପଲିଟିକ୍ସର ଶୋ କଥା। ଏହି ଶୋ’ର ନାୟକ ଥିଲେ ବିଜେପି ନେତା ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର। ଦଳ ବଦଳ, ଟିକେଟ ଭାଗବଣ୍ଟା ସହ ସବୁ ବାଦ ବିବାଦ ତୁଟିଯିବା ପରେ ଆଜି ଉଭୟ ଡେରାବିଶ ବ୍ଲକର ଛତା ମେଡିକାଲ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି ସୋ’ର ଅନ୍ୟତମ ଆକର୍ଷଣ ଥିଲେ ଓଲିଉଡ୍ ଆକ୍ଟର ବାବୁସାନ୍ ।…  

କେନ୍ଦ୍ରାପଡ଼ାରେ ଜୟ-ବିଜୟଙ୍କ ପ୍ରିମିୟର ଶୋ । ମଞ୍ଚରେ ବରିଷ୍ଠ ବିଜେପି ନେତା ତଥା ପାଟକୁରା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ସାଙ୍ଗରେ ଅଛନ୍ତି ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଉଭୟ ବିଜେପିରେ ଯୋଗଦେବା ପରେ ଜୟ-ବିଜୟ ନାଁରେ ପରିଚିତ ହେଉଛନ୍ତି। ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଏ ହେଉଛି ଜୟ-ବିଜୟଙ୍କ ପ୍ରଥମ ଶୋ ।

ପାଟକୁରା ନିର୍ବାଚନ ମଣ୍ଡଳୀର ଛତା ମେଡିକାଲ ପଡିଆରେ ଆଜି ଉଭୟ ଏକ ଦଳୀୟ ସଭାରେ ଯୋଗଦେଇ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟ ସରକାରଙ୍କୁ କଡା ଜବାବ୍ ଦେବା ପାଇଁ କର୍ମୀନଙ୍କୁ ଆହ୍ବାନ କରିଥିଲେ ଉଭୟ ନେତା। ତେବେ ଶୋ’ର ଅନ୍ୟତମ ଆଟ୍ରାକ୍ସନ୍ ଥିଲେ ଷ୍ଟାର୍ ସନ୍ ବାବୁସାନ୍। ବାବୁ ସାନ୍ ଆଜି ବିଧିବଦ୍ଧ ଭାବେ  ବୈଜୟନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଳାଇଥିଲେ। ଆଉ ବୈଜୟନ୍ତ ଓ ବିଜୟଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।…

ଜୟ-ବିଜୟଙ୍କ ଏହି ସଭାରେ ଜିଲ୍ଲାର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପିର ଏକ ମିଶ୍ରଣ ପର୍ବ ମଧ୍ୟ ଆୟୋଜନ ହୋଇଥିଲା । ଡେରାବିଶ, ମାର୍ଶାଘାଇ, ଗରଦପୁର ବ୍ଳକର ୫୦୦ରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ମିଶିଥିଲେ।

ପୂର୍ବରୁ ଡେରାବିଶ ବ୍ଲକ୍ ଅଧ୍ୟକ୍ଷ ତଥା ବିଜେଡି ନେତା ସରୋଜକାନ୍ତ ସାହୁଙ୍କ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ସୁଦ୍ଧା ସେ ଆଜି ମିଶ୍ରଣ ପର୍ବରୁ ବାଦ୍ ପଡିଥିଲେ। ସେପଟେ ନିକଟରେ ଦଳୀୟ ନେତାଙ୍କ ସହ ମନ ଫଟାଫଟି ହୋଇ ବିଷୋଦଗାର କରୁଥିବା ଜିଲ୍ଲା ସଭାପତି ଦୁର୍ଯ୍ୟୋନ ସାହୁ ଓ ବରିଷ୍ଠ ବିଜେପି ନେତା ଭୁବନ ଜେନାଙ୍କୁ ମଧ୍ୟ ମଂଚରେ ଦେଖିବାକୁ ମିଳିଥିଲା। ଦୁର୍ଯ୍ୟୋଧନ, ବିଜୟଙ୍କୁ ରାମ ଏବଂ ଜୟଙ୍କୁ ଲକ୍ଷ୍ମଣ କହିବା ସହ ନିଜକୁ ହନୁମାନ ବୋଲି କହିଛନ୍ତି।…

ଜୟ-ବିଜୟଙ୍କ ଏହି ବିଗ୍ ଶୋକୁ ଏବେ ବିଜେଡି କିଭଳି କାଉଣ୍ଟର କରୁଛି, ତା ଉପରେ କେନ୍ଦ୍ରାପଡ଼ା ଭୋଟରଙ୍କ ନଜର ।

   Related Posts