ରାଜଧାନୀରେ ସଂକ୍ରମଣ ହ୍ରାସ: ୨୪ ଘଣ୍ଟାରେ ୧୩୧ ସଂକ୍ରମିତ ଚିହ୍ନଟ, ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪/୬: ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପ​‌ରେ ମଧ୍ୟ ରାଜଧାନୀ ଦିଲ୍ଲୀରେ ଲଗାତାର କରୋନା ସଂକ୍ରମଣ କମୁଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟୁଛି। ଯାହାକି ନିଶ୍ଚିତ ଭାବେ ଏକ ଭଲ ଖବର । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୧୬ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ।

ସବୁଠୁ ଆଶ୍ବସ୍ତିକର ଖବର ଯେ ରାଜ୍ୟରେ ସଂକ୍ରମଣ ହାର ଏବେ ୦.୨୨ ପ୍ରତିଶତରେ ପହଞ୍ଚିଛି। ଏହା ପୂର୍ବରୁ ରାଜ୍ୟରେ ୨୨ ଫେବୃଆରୀରେ ସବୁଠୁ କମ୍‌ ୧୨୮ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେପଟେ ୫ ଏପ୍ରିଲ୍‌ ପରଠୁ ସୋମବାର ମୃତ୍ୟୁ ସଂଖ୍ୟା କମ୍‌ ରହିଛି । ସେହିଭଳି ୨୨ ଫେବୃଆରୀରେ ପରେ ଆଜି ସବୁଠୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ନୂଆ ସଂକ୍ରମିତଙ୍କ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୩୧,୨୭୦ରେ ପହଞ୍ଚିଛି। ଦିଲ୍ଲୀରେ ମୋଟ ମୃତକଙ୍କ ସଂଖ୍ୟା ୨୪,୮୩୯ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ୩୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏବେ ରାଜ୍ୟରେ କେବଳ ୩୨୨୬ ସକ୍ରିୟ ମାମଲା ଥିବା ବେଳେ ୬୭୧୪ କଣ୍ଟେନମେଣ୍ଟ ଜୋନ୍‌ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.