ଶାହିନ ବାଗ ଗୁଳିକାଣ୍ଡର ଫିଟୁଛି ଗୁମର, ପୋଲିସ ପଚରା ଉଚରାରୁ ମିଳିଲା ବିସ୍ଫୋରକ ତଥ୍ୟ

Published By : Prameya-News7 Bureau | February 04, 2020 IST

ନୂଆଦିଲ୍ଲୀ ୪।୨: ଶାହିନବାଗ୍ ଗୁଳିକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ କପିଲ ଗୁର୍ଜରକୁ ପୋଲିସ ଅପରାଧ ଶାଖା ପଚରା ଉଚରା କରିଛି। ଏହି ପଚରା ଉଚରା ବେଳେ ପୋଲିସ କପିଲର ମୋବାଇଲ ଫୋନ ଘାଣ୍ଟି ଥିବା ବେଳେ ସେ ଆମଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟ ବୋଲି ଜଣାପଡିଛି। ୨୦୧୯ ବର୍ଷ ଆରମ୍ଭରେ କପିଲଙ୍କ ପିତା ଗଜେ ସିଂହ ଆମ ଆଦମୀ ପାର୍ଟିରେ ଯୋଗଦେଇଥିଲେ। ସେହି ସମୟର ଅନେକ ଫଟୋ ଏବେ ତା ଫୋନରୁ ମିଳିଛି।

{"id":220174,"sizeSlug":"large"}

ଶାହିନବାଗ୍ ଗୁଳିକାଣ୍ଡ ପରେ ଆପ୍ ନେତା ଅରବିନ୍ଦ କେଜ୍ରୀୱାଲ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଟ୍ୱିଟ୍ କରି ରାଜଧାନୀରେ ଏ ସବୁ କ'ଣ ହେଉଛି  ବୋଲି ପ୍ରଶ୍ନ କରିଥିଲେ। ବାସ୍ତବରେ କପିଲ ବନ୍ଧୁକରୁ ଗୁଳି ଚଳାଇବା ସହ ଜୟ ଶ୍ରୀରାମ ନାରା ଦେଇ ଏବେ କେବଳ ହିନ୍ଦୁଙ୍କର ଚଳିବ ବୋଲି କହିଥିଲେ। ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ କେଜ୍ରିୱାଲ ଟ୍ୱିଟ୍‌ରେ ଅମିତଙ୍କୁ ପ୍ରଶ୍ନ କରିଥିବା ବେଳେ ଏବେ ସମ୍ପୂର୍ଣ୍ଣ ପ୍ରକରଣରେ ନିଜେ ଘେରିଯାଇଛନ୍ତି।

wp:html /wp:html

ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ଘଟଣା ରାଜନୀତକୁ ଉଷ୍ମ କରିଛି। ପୋଲିସ କପିଲର ଫୋନକୁ ଜବତ କରିଥିବା ବେଳେ ସେଥିରେ ସେ ଆପ୍‌ରେ ଯୋଗ ଦେଉଥିବା ବେଳେର ଅନେକ ଫଟୋ ରହିଛି। କପିଲ ମଧ୍ୟ ଆମ ଆଦମୀର ପ୍ରାଥମିକ ସଦସ୍ୟ ଥିବା ପୋଲିସରେ ସ୍ୱୀକାର କରିଛି। ଏଣୁ ଶାହିନବାଗକୁ ନେଇ ଦିଲ୍ଲୀରେ ରାଜନୀତି ଏବେ କେଉଁ ସ୍ତରକୁ ଯାଇଛି ତାହା ଲୋକେ ଜାଣିଯାଇଥିବା ବେଳେ ବିଜେପି ଶାସକ ଆମ ଆଦମୀକୁ ଘେରିପାରେ ବୋଲି ଆକଳନ କରାଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.