Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କରୋନାର ତୃତୀୟ ଲହରରେ ଆଶ୍ଵସ୍ତିକର ଖବର, ପିଲାଙ୍କ ପାଇଁ ଆସିଲା ଭ୍ୟାକ୍ସିନ

4/06/2021 at 5:25 PM

ଲଣ୍ଡନ ୦୪।୦୫: କରୋନା ମହାମାରୀ ମଧ୍ୟରେ ଆସିଲା ଆଶ୍ଵସ୍ତିକର ଖବର। ଏବେ ଛୋଟ ପିଲାଙ୍କୁ ମଧ୍ୟ କରୋନା ସଂକ୍ରମଣରୁ ବଞ୍ଚାଯାଇ ପାରିବ। ଏହି କ୍ରମରେ କରୋନାର ତୃତୀୟ ଲହରରୁ ଶିଶୁଙ୍କୁ ବଞ୍ଚାଇବା ପାଇଁ ବ୍ରିଟେନ୍ ସରକାର ବଡ ଘୋଷଣା କରିଛନ୍ତି। ସରକାରଙ୍କ ଅନୁଯାୟୀ, ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ପି ଫାଇଜର ଭ୍ୟାକ୍ସିନ ଦିଆଯାଇ ପାରିବ। ବ୍ରିଟେନ୍‌ର ଡ୍ରଗ ରେଗୁଲଟୀ ଶୁକ୍ରବାର କହିଛନ୍ତି ଯେ, ବହୁତ ସମୀକ୍ଷା ପରେ ପି ଫାଇଜର/ବାୟୋନଟେକ୍‌ର ଭ୍ୟାକ୍ସିନ ଏହି ବୟସର ପିଲାଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ।

ବ୍ରିଟେନର ମେଡିସିନ ଆଣ୍ଡ ହେଲ୍‌ଥ କେୟାର ପ୍ରଡକ୍ଟ ରେଗୁଲଟରୀ ଏଜେନ୍ସିର ପ୍ରମୁଖ ଜୁନ ରେନ କହିଛନ୍ତି, ଆମେ ବହୁତ ସାବଧାନତାର ସହ ୧୨ ରୁ ୧୫ ବର୍ଷର ପିଲାଙ୍କଠାରେ ମାନବ ପରୀକ୍ଷଣର ଗଭୀର ଅଧ୍ୟୟନ କରିଛୁ। ଏହା ପରେ ଏହି ନିଷ୍କର୍ସରେ ପହଞ୍ଚିଲୁ ଯେ, ଫାଇଜର-ବାୟୋନଟେକର କୋଭିଡ୍-୧୯ ଭ୍ୟାକ୍ସିନ ପିଲାଙ୍କ ପାଇଁ ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଏହି ଭ୍ୟାକ୍ସିନରେ ଅନେକ ଫାଇଦା ରହିଛି। ସେ କହିଛନ୍ତି, ଏହା ପୂର୍ବରୁ ୟୁରୋପରେ ୧୨ ରୁ ୧୫ ବର୍ଷର ପିଲାଙ୍କ ପାଇଁ ଫାଇଜରର ଭ୍ୟାକ୍ସିନକୁ ମଞ୍ଜୁରୀ ଦିଆଯାଇଛି। ଗତ ମେ ୨୮ରେ ୟୁରୋପିୟନ ମେଡିସିନ ଏଜେନ୍ସି(ଇଏମଏ) ଏହି ସମ୍ବନ୍ଧରେ ଘୋଷଣା କରିଥିଲା।

ୟୁରୋପୀୟ ସଙ୍ଘର ଡ୍ରଗ ରେଗୁଲେଟ କହିଛନ୍ତି, ଏହି ଭ୍ୟାକ୍ସିନର ପିଲାଙ୍କ ଉପରେ କୌଣସି ଗୁରୁତର କୁପ୍ରଭାବ ଦେଖିବାକୁ ମିଳିନାହିଁ। ଏହି ଭ୍ୟାକ୍ସିନକୁ ସଠିକ୍ ପ୍ରକ୍ରିୟାରେ ତନ୍ନ ତନ୍ନ କରି ସମୀକ୍ଷା କରାଯାଇଛି। ଏହା ପରେ ଯାଇ ଆମେ ଏହି ନିଷ୍କର୍ସରେ ପହଞ୍ଚିଛୁ ଯେ, ଏହି ଭ୍ୟାକ୍ସିନର ପିଲାଙ୍କ ଉପରେ କୌଣସି ଗମ୍ଭୀର ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ଏଥିରେ କୌଣସି ଚିନ୍ତା କରିବାର ବିଷୟ ନାହିଁ ବୋଲି ସେ କହିଛନ୍ତି।  ଇଏମଏର ଏହି  ସୁପାରିସ ଆମେରିକାରେ ୨୦୦୦ରୁ ଅଧିକ ପିଲାଙ୍କୁ ନେଇ ହୋଇଥିବା ଅଧ୍ୟୟନ ଉପରେ ଆଧାରିତ।

   Related Posts