ପାକିସ୍ତାନରେ ଥିବା ପୁରାତନ ହିନ୍ଦୁ ମନ୍ଦିରରେ ହେବ ପୁନରଉଦ୍ଧାର କାର୍ଯ୍ୟ, ପୁଣି ଖୋଲିବ ମନ୍ଦିର ଦ୍ୱାର

Published By : Prameya-News7 Bureau | November 14, 2019 IST

ଇସଲାମାବାଦ ୧୪।୧୧ - ପାକିସ୍ତାନର ବଡ଼ ନିଷ୍ପତ୍ତି । ପାକିସ୍ତାନରେ ବନ୍ଦ ପଡିଥିବା ସମସ୍ତ ମନ୍ଦିର ଗୁଡିକୁ ପୁଣିଥରେ ଖୋଲିବାକୁ କରୁଛି ଯୋଜନା । ପାକିସ୍ତାନରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଦାବିକୁ ନଜରରେ ରଖି ଏହି ଧାର୍ମିକସ୍ଥଳ ଗୁଡିକର ପୁନଃ ପ୍ରତିଷ୍ଠା ପାଇଁ ନେଇଛି ନିଷ୍ପତ୍ତି ।

 ବିଭାଜନ ସମୟରେ ଅଧିକାଂଶ ହିନ୍ଦୁ ପାକିସ୍ତାନ ଛାଡି ପଳାଇଥିଲେ । ଫଳରେ ଯେଉଁ ସ୍ଥାନଗୁଡିକରେ ମନ୍ଦିର ରହିଥିଲା, ସେଠାରେ ସ୍ଥାନୀୟଲୋକେ ଆଡ୍ଡା ଜମାଇଥିଲେ । କିଛି ମନ୍ଦିର ଗୁଡିକୁ ସାଧାରଣଙ୍କ ସୁବିଧା ପାଇଁ କାର୍ଯ୍ୟରେ ଲଗାଯାଇଥିବା ବେଳେ ଅନ୍ୟ କିଛି ମନ୍ଦିର ଗୁଡିକୁ ମଦ୍ରାସାରେ ପରିଣତ କରାଯାଇଥିଲା । କିନ୍ତୁ ଏବେ ପାକ୍ ସରକାର ପୁଣିଥରେ ଏହିସବୁ ମନ୍ଦିର ଗୁଡିକର ପୁନଃ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

 ଏହାସହ ଏହି ମନ୍ଦିର ଗୁଡିକର ଦାୟିତ୍ବ ଦିନ୍ଦୁ ସଂପ୍ରଦାୟଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି । ଏହି ଅନୁସାରେ ପ୍ରାୟ ୪ଶହ ମନ୍ଦିର ଗୁଡିକୁ ପୁନଃ ସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି କାମ ସିୟାଲକୋଟ୍ ଏବଂ ପେଶାୱାରରେ ଥିବା ଦୁଇଟି ଐତିହାସିକ ମନ୍ଦିର ସହ ଆରମ୍ଭ କରାଯିବ ।

ତେବେ ସିୟାଲକୋଟରେ ଥିବା ଏକ ଜଗନ୍ନାଥ ମନ୍ଦିର ଓ ପ୍ରାୟ ହଜାରେ ବର୍ଷ ପୁରୁଣା ଶିବାଳୟକୁ ପୁନଃ ପ୍ରତିଷ୍ଠା କରାଯିବ ବୋଲି କୁହାଯାଇଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ସିନ୍ଧୁରେ ଅତିକମରେ ୧୧ ମନ୍ଦିର, ପଞ୍ଜାବରେ ୪, ବେଲୁଚିସ୍ତାନରେ ୩ଟି ମନ୍ଦିରରେ ବିଭିନ୍ନ ଦେବାଦେବୀ ପୂଜା ପାଉଛନ୍ତି  ନିଷ୍ପତ୍ତି । ପାକିସ୍ତାନରେ ବନ୍ଦ ପଡିଥିବା ସମସ୍ତ ମନ୍ଦିର ଗୁଡିକୁ ପ୍ରଥମ ପର୍ଯ୍ୟାୟରେ ଏହି କାମ ସିୟାଲକୋଟ୍ ଏବଂ ପେଶାୱାରରେ ଥିବା ଦୁଇଟି ଐତିହାସିକ ମନ୍ଦିର ସହ ଆରମ୍ଭ କରାଯିବ ।

ତେବେ ସିୟାଲକୋଟରେ ଥିବା ଏକ ଜଗନ୍ନାଥ ମନ୍ଦିର ଓ ପ୍ରାୟ ହଜାରେ ବର୍ଷ ପୁରୁଣା ଶିବାଳୟକୁ ପୁନଃ ପ୍ରତିଷ୍ଠା କରାଯିବ ବୋଲି କୁହାଯାଇଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ସିନ୍ଧୁରେ ଅତିକମରେ ୧୧ ମନ୍ଦିର, ପଞ୍ଜାବରେ ୪, ବେଲୁଚିସ୍ତାନରେ ୩ଟି ମନ୍ଦିରରେ ବିଭିନ୍ନ ଦେବାଦେବୀ ପୂଜା ପାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.