କରୋନା ମାମଲାରେ କଠୋର ହେଲେ ଉଦ୍ଧବ ସରକାର, ସବୁ ପ୍ରକାରର କାର୍ଯ୍ୟକ୍ରମ ଉପରେ ଲାଗିଲା ରୋକ୍

Published By : Prameya-News7 Bureau | February 21, 2021 IST

ମୁମ୍ବାଇ ୨୧।୦୨: କରୋନା ଲେଉଟାଣି ସହ ମହାରାଷ୍ଟ୍ରରେ କୋଭିଡ୍ କଟକଣା ପୁଣି ଥରେ କଡାକଡି ହେବାରେ ଲାଗିଛି। ସମସ୍ତ ସରକାରୀ, ଧାର୍ମିକ, ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ସହିତ ସମସ୍ତ ସାର୍ବଜନୀନ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଏହାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଠାକରେ ରାଜ୍ୟରେ କରୋନା ଭାଇରସ୍‌ର ବଢୁଥିବା କେସ୍‌ ଉପରେ ଚିନ୍ତା ପ୍ରକଟ୍ କରି କହିଛନ୍ତି ରାଜ୍ୟରେ ଗୋଟିଏ ଗୋଟିଏ ଦିନରେ ୬୯୭୧ ଜଣ  ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ମୁମ୍ଵାଇରୁ ୮୫୦ ସାମିଲ। ତେଣୁ ସମସ୍ତ ପ୍ରକାରର ସାର୍ବଜନୀନ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି, ମହାରାଷ୍ଟ୍ର ସରକାରର ସମସ୍ତ ବୈଠକ ଅନଲାଇନ ହେବ। ସେ କହିଛନ୍ତି, କରୋନା ପ୍ରସାରକୁ ରୋକିବା ପାଇଁ ଆଗାମୀ ୮ ଦିନ ବହୁତ ଜରୁରୀ। କୋଭିଡ୍-୧୯ ମହାରାଷ୍ଟ୍ରରେ ପୁଣି ଥରେ ମୁଣ୍ଡ ଟେକିଛି। ଆଠରୁ ୧୫ ଦିନ ମଧ୍ୟରେ ଜଣା ପଡିବ ଯେ, ଏହା କଣ ସଂକ୍ରମଣର ଦ୍ଵିତୀୟ ଲହର ନା ନାହିଁ। ଠାକରେ କହିଛନ୍ତି, ଆମେ କୌଣସି ଗୋଟିଏ ବିଭାଗ ଉପରେ ଅଧିକ ଭାର ଦେଇ ପାରିବୁ ନାହିଁ। ଆମକୁ ଦାୟିତ୍ଵ ନେବାକୁ ପଡିବ। ଆମେ ଏକ ନୂତନ ଅଭିଯାନ ଆରମ୍ଭ କରିବୁ। ଠାକରେ କହିଛନ୍ତି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ଵ ନିୟମ ପାଳନ କରି କରୋନା ସଂକ୍ରମଣକୁ ରୋକନ୍ତୁ।

ଆଜି ମହାରାଷ୍ଟ୍ରରେ ୭୦୦୦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅମରାବତୀରେ ପ୍ରାୟ ଏକ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣେ ଓ ମୁମ୍ବାଇରେ ମାମଲା ଦୁଇ ଗୁଣ ରହିଛି। ଠାକରେ କହିଛନ୍ତି, ବର୍ତ୍ତମାନ କୌଣସି ବଡ କାର୍ଯ୍ୟାନୁଷ୍ଠାନ ଓ ଲକ୍‌ଡାଉନ୍‌ ଲଗାଯିବ ନାହିଁ। ଆମେ ସାର୍ବଜନୀନ କାର୍ଯ୍ୟକ୍ରମର ସଂଖ୍ୟା ଉପରେ ରୋକ୍‌ ଲଗାଯାଉଛି। ଆମେ ଅନେକ କାର୍ଯ୍ୟକ୍ରମ  ବାତିଲ୍ କରୁଛୁ। ଯଦି ଆମେ ନିୟମ ପାଳିବା ନାହିଁ ତେବେ କଡା ଲକ୍‌ଡାଉନ୍‌ ଲଗାଯିବ ବୋଲି ଠାକରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.