Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ରାଜ୍ୟରେ ବିଜେଡି କଂଗ୍ରେସ ବିରୋଧୀ ମହାମେଣ୍ଟ ପାଇଁ ଚାଲିଛି ଯୋଜନା: ଖାରବେଳ, ବୈଜୟନ୍ତ, ଦାମ ଓ ବ୍ରଜ ନେବେ ଅଗ୍ରଣୀ ଭୂମିକା

4/01/2019 at 2:17 PM

ଭୁବନେଶ୍ୱର ୪/୧ : ରାଜ୍ୟ ରାଜନୀତିରେ ଏକ ବଡ ସମୀକରଣ ସମ୍ପର୍କରେ ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ ସୂଚନା ଦେଇଛନ୍ତି | ଖାରବେଳଙ୍କ ଏହି ସୂଚନା ପରେ ରାଜ୍ୟ ରାଜନୀତିରେ ହଇଚଇ ଆରମ୍ଭ ହୋଇଯାଇଛି |


ଖାରବେଳ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୧୯ ନିର୍ବାଚନ ପାଇଁ ରାଜ୍ୟରେ ବିଜେଡି ବିରୋଧୀ ମହାମେଣ୍ଟ ହେବାକୁ ଯାଉଛି | ତେବେ ଏହି ମହାମେଣ୍ଟରେ କଂଗ୍ରେସକୁ ସାମିଲ କରାଯିବ ନାହିଁ | ବରଂ ବିଜେପି ଯଦି ତାର ବିଜେଡି ବିରୋଧୀ ଆଭିମୁଖ୍ୟକୁ ଅଧିକ ଶାଣିତ କରେ ତାହାହେଲେ ଡ଼ିଲ ହୋଇପାରେ ବୋଲି ଖାରବେଳ ସୂଚନା ଦେଇଛନ୍ତି | ଅପରପକ୍ଷରେ ନିକଟରେ ବିଜେପି ଛାଡିଥିବା ବିଜୟ ମହାପାତ୍ର ଏବଂ ଦିଲୀପ ରାୟଙ୍କୁ ଏହି ମହାମେଣ୍ଟରେ ସାମିଲ କରାଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ |


ସମତାକ୍ରାନ୍ତି ଦଳର ବ୍ରଜ କିଶୋର ତ୍ରିପାଠୀ, ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା ପ୍ରମୁଖ ଏହି ମହାମେଣ୍ଟରେ ଅଗ୍ରଣୀ ଭୂମିକା ନେବେ ବୋଲି ଖାରବେଳ ନାଁ ନେଇ ସୂଚନା ଦେଇଛନ୍ତି |


ସୂଚନାଯୋଗ୍ୟ ଯେ, ବିଜେଡି ଛାଡ଼ିବାପରେ ବୈଜୟନ୍ତ ପଣ୍ଡା କୁଆଡେ ଯିବେ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା | ବର୍ତ୍ତମାନ ଏହି ସମ୍ଭାବ୍ୟ ବା ପ୍ରସ୍ତାବିତ ମହାମେଣ୍ଟରେ ବୈଜୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇଯାଇଛି |


ଜାତୀୟ ସ୍ଥରରେ କଂଗ୍ରେସ ନେତୃତ୍ୱରେ ଅନ୍ୟ ଦଳମାନେ ମିଶି ବିଜେପି ବିରୋଧରେ ମହାମେଣ୍ଟ କରୁଥିବାବେଳେ ରାଜ୍ୟରେ କଂଗ୍ରେସକୁ ବାଦ ଦେଇ ମହାମେଣ୍ଟର ପରିକଳ୍ପନା କରାଯାଉଛି | ଏହା ପଛର କାରଣ ହେଉଛି ଯେ, ବର୍ତ୍ତମାନ ମହାମେଣ୍ଟ କରିବାକୁ ବାହାରିଥିବା ଅଧିକାଂଶ ନେତା ଅଣକଂଗ୍ରେସ ରାଜନୀତିରୁ ବା କଂଗ୍ରେସ ବିରୋଧୀ ରାଜନୀତିରୁ ଆସିଛନ୍ତି | ତେବେ ଏମାନେ କେହି ବିଜେପି ପାଇଁ ଅସ୍ଫ୍ରୁସ୍ୟ ନୁହନ୍ତି | ବରଂ ନିଜେ ଖାରବେଳ ସ୍ୱାଇଁ ବିଜେପିରେ ଥିଲେ ଏବଂ ବୈଜୟନ୍ତ ପଣ୍ଡା ମଧ୍ୟ ଏକଦା ବିଜେପିରେ ଯୋଗଦେବାକୁ ଆଗ୍ରହୀ ଥିବା ଭଳି ବୋଧ ହେଉଥିଲା |


ପ୍ରସ୍ତାବିତ ଏହି ମହାମେଣ୍ଟ ଯଦି କୌଣସି ବଡ ଜାତୀୟ ଦଳ ଶହ ଡ଼ିଲ ନକରେ ତାହେଲେ ମହାମେଣ୍ଟର ପ୍ରଭାବ ଗୌଣ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆଶଙ୍କା ପ୍ରକାଶ କରିଛନ୍ତି |

   Related Posts