Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶାରେ ହେବ ମହାମେଣ୍ଟ : ସୂଚନା ଦେଲେ ସିପିଆଇ ନେତା ଡି. ରାଜା

ଭୁବନେଶ୍ବର ୧୭|୨:  ଓଡିଶାରେ ମହାମେଣ୍ଟ ହେବା ନେଇ ସିପିଆଇ ରାଜ୍ୟ ପ୍ରଭାରୀ ଡି. ରାଜା ସୂଚନା ଦେଇଛନ୍ତି । ବିଜେଡି ଓ ବିଜେପିକୁ ଶାସନ ଗାଦିରୁ ତଡିବାକୁ ଓଡିଶାରେ ମହାମେଣ୍ଟ କରିବା ନେଇ ସେ କହିଛନ୍ତି । ସିପିଆଇ, ସିପିଏମ୍‌, ଜେଏମ୍‌ଏମ୍‌ ଓ କଂଗ୍ରେସ ସହ ମିଶି ନିର୍ବାଚନ ମଇଦାନକୁ ଓହ୍ଲାଇବ ମେଣ୍ଟ । ଆଜି ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା ହୋଇଛି । କେତେ ସିଟ୍‌ରେ ସିପିଆଇ ଲଢିବ, ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

321 Views

   ସମ୍ବନ୍ଧିତ ଖବର