Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଗଛ ଉପରେ ୧୫ଫୁଟ ଲମ୍ବାର ସାପ : ଅଧ କ୍ବିଣ୍ଟାଲ ଓଜନ, ବିରାଟ ଫଣା, ଭୟରେ ଥରିଲେ ଲୋକେ

29/01/2020 at 6:23 PM

ହମିରପୁର ୨୯।୦୧:  ବିଶାଳକାୟ ସାପ ଦେଖି ଲୋକେ ଭୟଭୀତ ।  ଉତ୍ତରପ୍ରଦେଶର ହମିରପୁର ଅଞ୍ଚଳରେ ଏଭଳି ବିରାଟକାୟ ସାପ ଦେଖି ଲୋକେ ଆତଙ୍କିତ ହୋଇଯାଇଛନ୍ତି । ରାସ୍ତାକଡରେ ଥିବା ଥିବା ଏକ ଗଛରେ ଏହି ବିରାଟ ସାପଟି ଚଢିଥିଲା ।  ବିରାଟ ସାପ, ବଡ ଫଣା ।  ସାପକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକ ଭିଡ ବଢିଯାଇଥିଲା , କିନ୍ତୁ ସମସ୍ତେ ଛାନିଆ ।

ହମିରପୁର ଜିଲ୍ଲା ମୌଦହା ଦେଇ ଯାଇଥିବା ୩୪ନଂ ଜାତୀୟ ରାଜପଥ କଡରେ ଅହିରାଜ ସାପ ଦେଖାଦେଇଛି । ରାସ୍ତା କଡରେ ଥିବା ଏକ ଗଛରେ ସାପଟି ଚଢିଯାଇଥିଲା । ଏବଂ ବହୁ ସମୟ ଧରି ଝୁଲନ୍ତା ଅବସ୍ଥାରେ ଝୁଲି ରହିଥିଲା । ସାପଟି ପ୍ରାୟ ୧୫ଫୁଟ ଲମ୍ବା, ୬ ଇଞ୍ଚ ମୋଟା ଓ ୫୦କିଲୋ ଓଜନର ହେବ ବୋଲି ଅନୁମାନ କରାଯାଉଛି ।  ସାପର ବୟସ ପ୍ରାୟ ୧୦୦ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ଲମ୍ବା ଆକାରର ସାପ ସ୍ଥାନୀୟ ଲୋକ ପୂର୍ବରୁ କେବେ ଦେଖିନଥିବା କହିଛନ୍ତି ।  

ହାମିରପୁର ଅଞ୍ଚଳରେ ସାପକୁ ଦେଖି ସ୍ଥାନୀୟଲୋକ ଭୟଭୀତ ହୋଇଯାଇଥିଲେ । ସାପଟି ଗଛ ଉପରେ ଚଢିଥିବାର ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ବହୁ ସମୟ ପର୍ଯ୍ୟନ୍ତ ସାପଟି ଗଛରେ ଝୁଲି ରହିଥିଲା ଅହିରାଜ ସାପ ।  କିଛି ସମୟ ପରେ ସାପଟି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ସାପଟି ଜଙ୍ଗଲ ମଧ୍ୟ ଯାଇଥିଲେ ମଧ୍ୟ ସ୍ଥାନୀୟଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଭଳି ବିଶାଳକାୟ ଅହିରାଜ ସାପଟିକୁ ଧରିବାକୁ ସ୍ଥାନୀୟଲୋକ ଦାବି କରିଛନ୍ତି । ବର୍ତ୍ତମାନ ସାପଟି ଜାତୀୟ ରାଜପଥ ନିକଟରେ ଥିବା ଜଙ୍ଗଲରେ ରହୁଛି ।

ସ୍ଥାନୀୟଲୋକଙ୍କ କହିବାନୁଯାୟୀ ଏତେ ବଡ ସାପ , ସେମାନେ କେବଳ ଟିଭିରେ ଦେଖିଛନ୍ତି । ସାପଟିର ବୟସ ବୟସ ପ୍ରାୟ ୧୦୦ବର୍ଷର ହେବ ବୋଲି ଅନୁମାନ କରାଯାଉଛି ।  

   Related Posts