Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଜିଠାରୁ ଏସ୍‌ବିଆଇ ଏହି ସବୁ ନିୟମରେ ହେଲା ବଡ ପରିବର୍ତ୍ତନ- ଏଟିଏମରୁ ଟଙ୍କା ଉଠାଇବା ପାଇଁ ନିୟମ ବଦଳିଲା

1/10/2019 at 6:49 PM

ନୂଆଦିଲ୍ଲୀ ୦୧।୧୦- ଅକ୍ଟୋବର ମାସ ଆରମ୍ଭରୁ ଦେଶର ସବୁଠୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର କେତେକ ନିୟମରେ ପରିବର୍ତ୍ତନ କରିଛି ।ଏଥିଯୋଗୁଁ ଗ୍ରାହକମାନଙ୍କୁ ଭିନ୍ନ ଭିନ୍ନ ସର୍ଭିସ ଚାର୍ଜ ଦେବାକୁ ପଡ଼ିବ ।ଏସ୍‌ବିଆଇ ଗ୍ରାହକଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ନିୟମରେ ପରିବର୍ତ୍ତନ କରାଯାଇଥିବା ବେଳେ ଟଙ୍କା ଉଠାଣ ସୀମାକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।ମିନିମମ୍‌ ବାଲାନ୍ସ ନରଖିଲେ କେତେ ଫାଇନ୍‌ ଦେବାକୁ ହେବ ସେଥିରେ ମଧ୍ୟ ପରିବର୍ତ୍ତନ ହୋଇଛି ।…

ଅକ୍ଟୋବର ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମ ବଦଳାଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ।ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ ମାସିକ ହାରାହାରି ୨୫ ହଜାର ଟଙ୍କା ବାଲାନ୍ସ ରହୁଥିବ ସେମାନଙ୍କୁ ୮ରୁ ୧୦ ଥ ଫ୍ରି ଟ୍ରାଞ୍ଜାକ୍ସନ ପାଇଁ ଏସ୍‌ବିଆଇ ଅନୁମତି ଦେଇଛି ।ତେବେ ଏହାଠାରୁ ଅଧିକ ମାସିକ ବାଲାନ୍‌ସ ରଖୁଥିବା ବ୍ୟକ୍ତିଙ୍କୁ ଏସ୍‌ବିଆଇ ଏହାର ଏଟିଏମ୍‌ରେ ଅନ୍‌ଲିମିଟେଡ୍‌ ଟ୍ରାଞ୍ଜାକ୍ସନ ସୁବିଧା ଦେବ ।କିନ୍ତୁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ମେଟ୍ରୋ ସିଟିରେ ୩ଟି ଏବଂ ଅନ୍ୟ ସହରରେ ୫ଟି ଟ୍ରାଞ୍ଜାକ୍ସନ ପାଇଁ ଅନୁମତି ମିଳିବ ।

ତେବେ ଯେଉଁ ଗ୍ରାହକ ଫ୍ରି ଟ୍ରାଞ୍ଜାକ୍ସନ ଠାରୁ ଅଧିକ ଥର ଟଙ୍କା ଉଠାଇବେ ସେମାନଙ୍କୁ ଉଠାଣ ପିଛା ୫ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଫି’ ଦେବାକୁ ପଡ଼ିବ ।ଏହି ଫି’ ଉପରେ ଜିଏସ୍‌ଟି ଲାଗୁ ହେବ ।ବିନା କାର୍ଡରେ ଏଟିଏମ୍‌ରୁ ଟଙ୍କା ଉଠାଇଲେ ୨୨ ଟଙ୍କା ଚାର୍ଜ ସହିତ ଜିଏସ୍‌ଟି ଦେବାକୁ ପଡ଼ିବ ।ତେବେ ଯେଉଁ ମାନଙ୍କର ଷ୍ଟେଟ୍ ବ୍ୟାଙ୍କରେ ଦରମା ଆକାଉଣ୍ଟ ଅଛି ସେମାନେ ଅନଲିମିଟେଡ୍‌ ଫ୍ରି ଟ୍ରାଞ୍ଜାକ୍ସନ ପାଇବେ ।…

ସେହିପରି ବ୍ୟାଙ୍କ ବ୍ରାଞ୍ଚରୁ ଟଙ୍କା ଉଠାଣ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।ଯେଉଁ ଗ୍ରାହକଙ୍କ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମିନିମମ୍‌ ବାଲାନ୍‌ସ ରହୁଥିବ ସେମାନେ ୨ ଥର ବିନା ଚାର୍ଜରେ ବ୍ରାଞ୍ଚରୁ ଟଙ୍କା ଉଠାଇ ପାରିବେ ।ଯେଉଁମାନଙ୍କର ୨୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମିନିମମ୍‌ ବାଲାନ୍‌ସ ରହୁଥିବ ସେମାନଙ୍କୁ ୧୦ଥର ବିନା ଚାର୍ଜରେ ଟଙ୍କା ଉଠାଣ ସୁଯୋଗ ମିଳିବ ।୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନସ ରଖୁଥିବା ବ୍ୟକ୍ତିଙ୍କୁ ୧୫ ଥର ବିନା ଚାର୍ଜରେ ଟଙ୍କା ଉଠାଣ ସୁଯୋଗ ମିଳିବ ।୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍‌ସ ରହିଥିବା ବ୍ୟକ୍ତିଙ୍କୁ ଟଙ୍କା ଉଠାଣର କୌଣସି ସୀମା ରହିବ ନାହିଁ ।…

ଏସ୍‌ବିଆଇ ପକ୍ଷରୁ ଦିଆଯାଉଥିବା ଲୋନ୍ ଗୁଡ଼ିକୁ ରେପୋରେଟ୍ ସହିତ ଲିଙ୍କ୍ କରାଯିବ ।ସେହିପରି ମିନିମମ୍ ବାଲାନ୍‌ସ ରଖିବା ନିୟମକୁ ବ୍ରାଞ୍ଚର କ୍ୟାଟେଗୋରୀ ଅନୁସାରେ ପରିବର୍ତ୍ତନ କରାଯାଇଛି ।…

   Related Posts