କଂଗ୍ରେସରେ ବଡ଼ ପରିବର୍ତ୍ତନ, ସାଧାରଣ ସମ୍ପାଦକ ପଦରୁ ହଟିଲେ ଗୁଲାମ ନବୀ ଆଜାଦଙ୍କ ସମେତ ୪ ନେତା

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ଗୁଲାମ ନବୀ ଆଜାଦଙ୍କ ସମେତ ୪ ବରିଷ୍ଠ ନେତାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବରୁ ମୁକ୍ତ କରିବା ସହ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ପୁର୍ନଗଠନ ମଧ୍ୟ କରିଛନ୍ତି। ଗୁଲାମ ନବୀ ଆଜାଦ, ମୋତିଲାଲ ବୋରା, ଅମ୍ବିକା ସୋନି ଓ ମଲିକାର୍ଜୁନ ଖାର୍ଗେଙ୍କୁ ସାଧରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି।

ସୋନିଆ ଗାନ୍ଧିଙ୍କୁ ସଂଗଠନାତ୍ମକ ପରିବର୍ତ୍ତନ ପାଇଁ ପତ୍ର ଲେଖିଥିବା ୨୩ ନେତାଙ୍କ ମଧ୍ୟରେ ସାମିଲ ଆଜାଦଙ୍କୁ ପଦରୁ ହଟାଇବା ସହ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି। ପାର୍ଟିରେ ପତ୍ର ବିବାଦକୁ ନଜରରେ ରଖି ୨୪ ଅଗଷ୍ଟରେ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ହୋଇଥିବା ସହମତି କ୍ରମେ ୬ ସଦସ୍ୟଙ୍କୁ ନେଇ ଏକ ବିଶେଷ କମିଟି ଗଠନ କରାଯାଇଛି।

wp:core-embed/twitter {"url":"https://twitter.com/ANI/status/1304442852982829057","type":"rich","providerNameSlug":"twitter","className":""}
https://twitter.com/ANI/status/1304442852982829057
/wp:core-embed/twitter

ଏହି କମିଟି ପାର୍ଟିର ସଂଗଠନ ଓ କାର୍ଯ୍ୟଶୈଳୀକୁ ନେଇ ସୋନିଆଙ୍କ ସହାୟତା କରିବ। ଏହି ସ୍ବତନ୍ତ୍ର ସମିତିରେ ଏକେ ଆଣ୍ଟୋନି, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ବେଣୁଗୋପାଳ,ମୁକୁଲ ଓ୍ବାସନିକ୍ ଓ ରଣଦୀପ ସିଂହ ସୁରେଜଓ୍ବାଲା ସାମିଲ ଅଛନ୍ତି । ସୁରେଜଓ୍ବାଲା ଓ ତାରିକ ଅନଓ୍ବାରଙ୍କୁ ପାର୍ଟିର ମହାସଚିବ ନିଯୁକ୍ତ କରାଯାଇଛି।

ଅନ୍ୟପଟେ ରାଜ୍ୟର ପ୍ରଭାରୀଙ୍କୁ ମଧ୍ୟ ଅଦଳବଦଳ କରିଛନ୍ତି ସୋନିଆ ଗାନ୍ଧି। ମୁକୁଲ ଓ୍ବାସନିକଙ୍କୁ ମଧ୍ୟପ୍ରଦେଶ, ହରୀଶ ରାଓ୍ବତ ପଞ୍ଜାବ, ଓମାନ ଚଣ୍ଡୀ ଆନ୍ଧ୍ରପ୍ରଦେଶ, ତାରିକ ଅନଓ୍ବାର କେରଳ ଓ ଲକ୍ଷାଦୀପ, ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶ, ରଣଦୀପ ସିଂହ ସୁରେଜଓ୍ବାଲା କର୍ଣ୍ଣାଟକ, ଜିତେନ୍ଦ୍ର ସିଂହ ଆସାମ, ଅଜୟ ମାକନ ରାଜସ୍ଥାନ, ଓଡ଼ିଶା ଏ ଚେଲ୍ଳା କୁମାର ଓ କେସି ବେଣୁଗୋପାଳଙ୍କୁ ସଂଗଠନ ଦାୟିତ୍ବ ଦେଇଛି କଂଗ୍ରେସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.