ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସମୟରେ ହେଲା ବଡ ପରିବର୍ତ୍ତନ, ଜାଣନ୍ତୁ କେବେ ଏବଂ କେଉଁ ସମୟରେ ଖେଳାଯିବ ଦିନିକିଆ ଓ ଟି-୨୦ ମୁକାବିଲା

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨।୦୭: ଶ୍ରୀଲଙ୍କା ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସୀମିତ କ୍ରିକେଟ୍ ସିରିଜ୍‌ ଏବେ ଜୁଲାଇ ୧୩ ପରିବର୍ତ୍ତେ  ଜୁଲାଇ ୧୮ରେ ଖେଳାଯିବ। ଶ୍ରୀଲଙ୍କା କ୍ରିକେଟ୍ ଦଳର କିଛି ସଦସ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସିରିଜ୍‌ର ତାରିଖକୁ ଘୁଞ୍ଚାଇବାକୁ ପଡିଛି।

ଏବେ ଦିନିକିଆ ଓ ଟି-୨୦ ମ୍ୟାଚ୍‌ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାର ସୂଚନା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସୋମବାର ଏହାର ସୂଚନା ଦେଇଛି। ଭାରତୀୟ ଦଳର ଗସ୍ତ ଦିନିକିଆ ସିରିଜ୍‌ରୁ ଆରମ୍ଭ ହେବ। ପ୍ରଥମ ଦିନିକିଆ ଜୁଲାଇ ୧୮ ତାରିଖ ରବିବାର ଅପରାହ୍ନ ୨ଟା ୩୦ ପରିବର୍ତ୍ତେ ୩ଟାରେ ଖେଳାଯିବ। ଅର୍ଥାତ ଦିନିକିଆ ମ୍ୟାଚ୍‌ ଅଧ ଘଣ୍ଟା ବିଳମ୍ବରେ ଆରମ୍ଭ ହେବ।

ସେହି ପରି ଟି-୨୦ ମ୍ୟାଚ୍‌ର ସମୟ ସନ୍ଧ୍ୟା ୭ଟା ୩୦ ବଦଳରେ ୮ଟାରେ ଖେଳାଯିବ। ଭାରତୀୟ ଦଳ ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ପଡିଆକୁ ଓହ୍ଲାଇବ। ସମସ୍ତ ମ୍ୟାଚ୍‌ର ସିଧା ପ୍ରସାରଣ ସୋନି ନେଟ୍‌ଓ୍ଵର୍କରେ ୫ ଅଲଗା ଅଲଗା ଭାଷାରେ କରାଯିବ।

wp:html /wp:html

ଶୃଙ୍ଖଳାର ସମସ୍ତ ୬ ମ୍ୟାଚ୍‌ କଲୋମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳର ଇଣ୍ଟ୍ରା ସ୍କ୍ଵାର୍ଡ ଅଭ୍ୟାସ୍ ମ୍ୟାଚ୍ ଜରିଆରେ ନିଜର ପ୍ରସ୍ତୁତିକୁ ଜୋରଦାର କରୁଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵ ନେଇଛନ୍ତି ରାହୁଲ ଦ୍ରାବିଡ।

ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଜୁଲାଇ ୧୮, ଦ୍ଵିତୀୟ ଜୁଲାଇ ୨୦ରେ ଏବଂ ତୃତୀୟ ଜୁଲାଇ ୨୩ରେ ଖେଳାଯିବ। ସେହି ପରି ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜୁଲାଇ ୨୫, ଦ୍ଵିତୀୟ ମ୍ୟାଚ୍ ଜୁଲାଇ ୨୭ ଓ ତୃତୀୟ ମ୍ୟାଚ୍ ଜୁଲାଇ ୨୯ରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.