ସାନ ଭାଇର ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କଲା ବଡ ଭାଇ, ଲୋକେ ଦେଖିଲେ ଓ ଭିଡିଓ କଲେ କିନ୍ତୁ ଅଟକାଇଲେନି

Published By : Prameya-News7 Bureau | January 09, 2021 IST

ଜୟପୁର,୦୯/୦୧: ରାଜସ୍ଥାନର ସୀକର ଜିଲ୍ଲାରେ ଜଣେ ଯୁବକ ନିଜର ଦାଦା ପୁଅ ଭାଇର ବେକକୁ ବ୍ଲେଡରେ କାଟି ଦେଇଛି । ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଲାଇଭ୍ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ହୃଦୟଥରା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜିଲ୍ଲାର ଦାନ୍ତାରାମଗଡରେ ଶୁକ୍ରବାର ଦିନରେ ୨୧ ବର୍ଷୀୟ ଯୁବକ ନିଜର ୧୦ ବର୍ଷର ଦାଦା ପୁଅ ଭାଇର ବେକ କାଟି ପକାଉଛି ।

ସେଠାରେ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ଏହି ଦୃଶ୍ୟକୁ ଲାଇଭ୍ ଦେଖୁଥିଲେ । ଏପରି ଅନେକ ଲୋକ ଏହାର ଭିଡିଓ ମଧ୍ୟ କରୁଥିଲେ । କିନ୍ତୁ ଲୋକମାନେ କହିଛନ୍ତି ଯେ, ବଡ ଭାଇ କେତେବେଳେ ବେକ କାଟୁଥିଲା ତାହା ଜଣାପଡିନଥିଲା । ଯେତେବେଳେ ରକ୍ତ ବାହାରିଲା ସେତେବେଳକୁ ବିଳମ୍ବ ହୋଇ ସାରିଥିଲା ।

{"id":389371,"sizeSlug":"large","linkDestination":"none"}

ସୂଚନାନୁସାରେ, ୧୦ ବର୍ଷର ଉତ୍ତମ ଆଲୋରିୟା ନିଜ ଘରଠୁ ୧ କିମି ଦୂରରେ ଥିବା ସ୍କୁଲକୁ କୌଣସି କାମରେ ଯାଉଥିଲେ । ସେହି ସମୟରେ ତା ଦାଦ ପୁଅ ଭାଇ ଧରି ପକାଇଥିଲା । ଏହାପରେ ଘର ଆଗରେ ବ୍ଲେଡରେ ବେକ କାଟି ହତ୍ୟା କରିଥିଲା । ସେଠାରେ ଉପସ୍ଥିତ ଲୋକେ ଅଭିଯୁକ୍ତକୁ ଧରି ପକାଇଥିଲେ । ଧରା ପଡିବା ପରେ ଅଭିଯୁକ୍ତ କହିଛି ଯେ, ସେ ହି ବ୍ଲେଡରେ କାଟି ଭାଇକୁ ହତ୍ୟା କରିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

୨୧ ବର୍ଷୀୟ ଅଭିଯୁକ୍ତ କୈଳାଶ ଚାନ୍ଦ କହିଛି ଯେ, ଦାଦା ସର୍ବଦା ତାକୁ ପରିହାସ କରୁଥିଲେ । ପିଲାଦିନେ ପାଠ ପଢିବାକୁ ଦେଇ ନଥିଲେ । କିଛି ଆସେ ନାହିଁ, ଜୀବନରେ କିଛି କରିପାରିବୁ ନାହିଁ ବୋଲି କହି ଉପହାସ କରୁଥିଲେ । ତେଣୁ ସେ ତାଙ୍କ ପୁଅକୁ ମାରି ପକାଇଛି ।

ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ କଳହ ଥିବା ପୋଲିସ ସୂଚନା ପାଇଛି । ଘଟଣାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.