ବିଗ୍ ବସ୍-୧୪ର ଟ୍ୟାଲେଣ୍ଟ୍ ମ୍ୟାନେଜର୍ ପିସ୍ତା ଧାକଡଙ୍କ ମୃତ୍ୟୁ: ଶୋ' ସେଟ୍ ବାହାରେ ହେଲା ଦୁର୍ଘଟଣା

Published By : Prameya-News7 Bureau | January 16, 2021 IST

ମୁମ୍ବାଇ ୧୬/୦୧ : ଲୋକପ୍ରିୟ ଟିଭି ରିଆଲିଟି ଶୋ' ବିଗ୍ ବସ୍-୧୪ ସେଟରୁ ଏକ ଖରାପ ଖବର ଆସିଛି। ବିଗ ବସ-୧୪ର ଟ୍ୟାଲେଣ୍ଟ୍ ମ୍ୟାନେଜର ପିସ୍ତା ଧାକଡଙ୍କ ଦେହାନ୍ତ ହୋଇଛି। ଏକ ଦୁର୍ଘଟଣାରେ ପିସ୍ତାଙ୍କ ନିଧନ ହୋଇଛି। ଶୋ' ସେଟର ଠିକ୍ ବାହାରେ ପିସ୍ତା ଧାକଡଙ୍କର ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି। ଦୁର୍ଘଟଣାରେ ସେ ଗମ୍ଭୀର ଆହତ ହୋଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ନିଧନ ହୋଇଛି। ପିସ୍ତା ଧାକଡଙ୍କ ଦେହାନ୍ତ ଖବର ଶୁଣି ଟିଭି ଜଗତରେ ଶୋକ ଛାୟା ଖେଳି ଯାଇଛି। ଅନେକ ଟିଭି କଳାକାର ସୋସିଆଲ୍ ମିଡ଼ିଆ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି।

{"id":393449,"sizeSlug":"large","linkDestination":"none"}

ପିସ୍ତା ଧାକଡ୍ ବିଗ୍ ବସ୍-୧୪ ଶୋ'ର ପ୍ରଡକ୍ସନ କମ୍ପାନୀ ଏଣ୍ଡମୋଲ୍ ସାଇନ୍ ଇଣ୍ଡିଆରେ କାମ କରୁଥିଲେ। ଶୁକ୍ରବାର ଦିନ ୱିକେଣ୍ଡ ୱାର୍ ସୁଟିଂ ସାରି ପିସ୍ତା ଧାକଡ ସ୍କୁଟିରେ ନିଜ ଘରକୁ ଯାଉଥିଲେ। ଅନ୍ଧାର ରାତିରେ ତାଙ୍କ ସ୍କୁଟି ସ୍ଲିପ ହୋଇ ଏକ ଗତ ଭିତରେ ପଶିଯାଇଥିଲା। ଠିକ ଏତିକିବେଳେ ପଛ ପଟୁ ଏକ ଭ୍ୟାନିଟି ଭ୍ୟାନ୍ ଆସୁଥିଲା ଓ ଭ୍ୟାନ୍ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

{"id":393453,"sizeSlug":"large","linkDestination":"none"}

ପିସ୍ତା ଧାକଡଙ୍କୁ ୨୪ ବର୍ଷ ବୟସ ହୋଇଥିଲା। ପିସ୍ତା ଧାକଡ୍ ବିଗ୍ ବସ୍ ଛଡା ଖତରୋଁ କେ ଖିଲାଡୀ ଭଳି ଟିଭି ଶୋ'ରେ ମଧ୍ୟ କାମ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.