କାର୍ଟେଲ୍‌ରେ ଦିବ୍ୟା ଅଗ୍ରୱାଲଙ୍କ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ : ଭାଇରାଲ୍ ହେଉଛି ଫଟୋ...

Published By : Prameya-News7 Bureau | September 30, 2021 IST

ମୁମ୍ବାଇ ୩୦/୦୯ : ବିଗ୍ ବସ୍ ଓଟିଟି ୱିନର୍‌ ଦିବ୍ୟା ଅଗ୍ରୱାଲ୍ ଏବେ ସେ ତାଙ୍କ ବିଜୟ ଉତ୍ସବରେ ମଜ୍ଜି ଅଛନ୍ତି। ସାଙ୍ଗମାନଙ୍କ ସହିତ ସେଲିବ୍ରେସନ୍ ଠାରୁ ଆରମ୍ଭ କରି ଫଟୋସୁଟ୍ ପର୍ଯ୍ୟନ୍ତ ସବୁ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଫଟୋ ସେୟାର କରୁଛନ୍ତି। ନିକଟରେ ସେ ଏମିତି ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଥିରେ ତାଙ୍କର ବାର୍ଦ୍ଧକ୍ୟର ରୂପ ବା ବୃଦ୍ଧ ଅବସ୍ଥା ଦେଖିବାକୁ ମିଳୁଛି

ଦିବ୍ୟା ଅଗ୍ରୱାଲ୍ ନିଜ ୱେଜ୍ ସିରିଜ୍ ‘କାର୍ଟେଲ୍’ର ଏକ ଲୁକ୍ ସେୟାର କରିଛନ୍ତି। ଅଲ୍ଟ ବାଲାଜୀର ୱେବ୍ ସିରିଜ୍ ପାଇଁ ସେ ପ୍ରସ୍ତୁତି ହେଉଥିବା ଏକ ବିଟିଏସ୍ ଭିଡିଓ ସେୟାର କରି ତାଙ୍କ ଫ୍ୟାନ୍ସମାନଙ୍କୁ ତାଜୁବ୍ ଦେଇଛନ୍ତି। ଦିବ୍ୟା ଏକତା କପୁରଙ୍କୁ ଧନ୍ୟବାଦ ଜଣେଇବା ସହ ଏକତା ମଧ୍ୟ ଖୁସୀ ହୋଇ ଖୁବ୍ ଶୀଘ୍ର ଅନ୍ୟ ପ୍ରୋଜେକ୍ଟରେ ଏକାଠି କାମ କରିବା ନେଇ କହିଛନ୍ତି ।

wp:html
/wp:html

ତେବେ ଦିବ୍ୟାଙ୍କ ଏଭଳି ଲୁକ୍ କେହି ବି କେବେ କଳ୍ପନା କରି ନଥିବେ। ଅଭିନେତ୍ରୀ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରି ଏହା ବିଷୟରେ ଲେଖିଛନ୍ତି ଯେ “କାର୍ଟେଲ୍ ଦେଖିଲା ପରେ ଅଲ୍ଟବାଲାଜୀ ଟିମ୍‌କୁ ଶୁଭେଛା ଦେବା ନେଇ ମୋ ପାଖରେ ସମୟ ନ ଥିଲା। ପୂରା ଶୋ ବହୁତ ଜବରଦସ୍ତ ଥିଲା। ଏହି ଭୂମିକା ସିନେମା ପ୍ରତି ଥିବା ମୋର ଭଲ ପାଇବା ଓ ଆଗ୍ରହକୁ ଦେଖାଉଛି। ଉପରବାଲା ମୋ ଉପରେ ଆଶୀର୍ବାଦର ହାତ ରଖିଥିବାରୁ ଧନ୍ୟବାଦ” ।

wp:html
/wp:html

ଏହା ସହ ଆହୁରି କହିଛନ୍ତି ଯେ “ମୁଁ ୨୦୧୯ ଡିସେମ୍ବର ୪ରେ ମୋ ଜନ୍ମଦିନକୁ ଏମିତି ପାଳିଥିଲି। ଘର ଲୋକେ ଓ ବନ୍ଧୁମାନେ ମୋ ଘରେ ଉତ୍ସବକୁ ଅପେକ୍ଷା କରିଥିଲେ ଏବଂ ମୁଁ ସେଦିନ କାର୍ଟେଲ୍‌ ପାଇଁ ପ୍ରସ୍ତୁତ ହେଉଥିଲି। ମୋର ପ୍ରୋସ୍ଥେଟିକ୍ ମେକ୍‌ଅପ୍ ପାଇଁ ୨ ଘଣ୍ଟା ଲାଗିଯାଇଥିଲା, ମୋ ନାକକୁ ଛାଡି ବାକି  ସବୁ ଇନ୍ଦ୍ରିୟଗୁଡିକ ବନ୍ଦ କରି ଦିଆଯାଇଥିଲା ।

ଶେଷରେ ଦିବ୍ୟା ଲେଖିଛନ୍ତି, “ମୁଁ କେବଳ ଏତିକି କହିବି ଯେ ନିଜ ଉପରେ ବିଶ୍ୱାସ ରଖିଲେ ଏବଂ ଚେଷ୍ଟା ଜାରି ରଖିଲେ, କେହି ଅଟକାଇ ପାରିବେ ନାହିଁ। କିଛି ଲୋକଙ୍କ ପାଇଁ ଏହା ଏକ ସଫଳତା ହୋଇ ନ ପାରେ କିନ୍ତୁ ମୋ ପାଇଁ ଏହା ପ୍ରକୃତରେ ଏକ ବଡ଼ ସଫଳତା। କାର୍ଟେଲ ମୋତେ ଖୁସି ଦେଇଛି। ତେବେ, ଅଲ୍ଟ ବାଲାଜୀର 'କାର୍ଟେଲ' ଏକ OTT ସର୍ଭେରେ ସର୍ବାଧିକ ଦେଖାଯାଇଥିବା ୱେବ୍ ସିରିଜରେ ତିନି ନମ୍ବରରେ ଆସିଛି । ଏକତା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଚାର୍ଟ ସେୟାର କରି ଖୁସି ବ୍ୟକ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.