ବିଗ୍ବସ୍ ୧୩: ପାରସଙ୍କୁ କାହିଁକି ଚାପୁଡା ମାରିଲେ ମାହିରା…ଏବେ କାହାକୁ ଅଡୁଆ?
3/01/2020 at 2:36 PM

ମୁମ୍ବାଇ୩|୧: ବିଗ୍ବସ୍ ସିଜିନ୍ ୧୩ ର ଅନ୍ତିମ ସମୟ ପାଖେଇ ଆସିଲାଣି। ଏହା ସହ ଘରେ ଥିବା ସଦସ୍ୟମାନଙ୍କର ମଧ୍ୟ ଧର୍ଯ୍ୟଶକ୍ତି କମିବାକୁ ଲାଗିଲାଣି। ଘରେ ଅଧିକାଂଶ ସମୟରେ ଝଗଡା ଦେଖିବାକୁ ମିଳୁଛି। କେବେ ସାଙ୍ଗ ଶତ୍ରୁ ପାଲଟିଯାଉଛନ୍ତି ତ କେବେ ଶତ୍ରୁ ବନ୍ଧୁ ହୋଇଯାଉଛନ୍ତି। ସେଥିପାଇଁ କୁହାଯାଏ ବିଗ୍ବସ୍ ଘରେ ସବୁକିଛି ସମ୍ଭବ। ବିଗ୍ବସ୍ର ଏକ ଏପିସୋଡ୍ର ପ୍ରମୋ ସାମ୍ନାକୁ ଆସିଛି।

ଏହି ଏପିସୋଡ୍ରେ ପାରସ ଓ ମାହିରା ମଧ୍ୟରେ ଜୋରସୋରରେ ଝଗଡା ହେବାର ଦେଖାଯାଇଛି। ଭିଡିଓର ଉଭୟ ପରସ୍ପରଙ୍କୁ ଗାଳି ଦେବାର ଦେଖିବାକୁ ମିଳିଛି। ପାରସ ଓ ମାହିରା ବହୁତ ଭଲ ବଣ୍ଡ ସେୟାର କରନ୍ତି। ପ୍ରମୋରେ ସ୍ପଷ୍ଟ ଦେଖାଯାଉଛି ଯେ, ଖାଇବା ଯୋଗୁଁ ଘରର ସଦସ୍ୟମାନେ ଝଗଡା କରୁଛନ୍ତି।

ଝଗଡା ହେଉଥିବା ସମୟରେ ମାହିରା ପାରସଙ୍କୁ ଚାପୁଡା ମାରିଥିଲେ। ପରବର୍ତ୍ତି ସମୟରେ ପାରସ ବହୁତ ରାଗିଯାଇଥିଲେ। ମାହିରାଙ୍କୁ ବୁଢାଇବା ପାଇଁ ଯାଇଥିଲେ ପାରସ ହେଲେ ରାଗରେ ମାହିରା ତାଙ୍କୁ ଚାପୁଡା ମାରିଥିଲେ। ସେହି ସମୟରେ ପାରସ କହିଥିଲେ ଯେ, ତାଙ୍କ ପାଇଁ ନିଜ ଆତ୍ମ ସମ୍ମାନ ସବୁଠୁ ବଡ। ଯେଉଁ ଝିଅ ହାତ ଉଠାଏ ତାଠୁ ସେ ଦୂରରେ ରୁହନ୍ତି ବୋଲି କହିଥିଲେ ପାରସ। ପରେ ମାହିରା ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ ସତ ହେଲେ ପାରସ ରାଗି ପଳାଇଥିଲେ।

ରଶ୍ମୀ ସହ ଘରର ଅନ୍ୟ ୫ଜଣ ଏହି ସପ୍ତାହ ଏଲିମିନେଶନ ପାଇଁ ନୋମିନେଟ୍ ହୋଇଛନ୍ତି। ୫ ଜଣ ଘରର ସଦସ୍ୟଙ୍କ ପାଇଁ ନୋମିନେଟ୍ ହୋଇଛନ୍ତି ଓ ରଶ୍ମୀଙ୍କୁ ଘରର କ୍ୟେପଟେନ୍ ତଥା ଶେହନାଜ ଗିଲ୍ ନୋମିନେଟ୍ କରିଥିଲେ। ଚଳିତ ସପ୍ତାହ ନୋମିନେଶନ ପ୍ରକ୍ରିୟାରେ ସମସ୍ତେ ପରସ୍ପରଙ୍କୁ ଷ୍ଟାମ୍ପ ଲଗାଇ ନୋମିନେଟ୍ କରିଥିଲେ।