ବିଗ୍ବସ୍ ୧୩: ଫ୍ରାଇଂ ପ୍ୟାନ୍ରେ ବିଶାଲଙ୍କୁ ଭୟଙ୍କର ଭାବେ ପିଟିଲେ ମଧୁରିମା, ଭିଡିଓ ଭାଇରାଲ
15/01/2020 at 2:33 PM

ମୁମ୍ବାଇ୧୫|୧: ବିବାଦୀୟ ଶୋ ବିଗ୍ବସ୍ର ସିଜିନ୍୧୩ ରେ ଦିନକୁ ଦିନ ଝଗଡା ବଢିବାରେ ଲାଗିଛି। ଏହି ଶୋ’ରେ କେତେବେଳେ କଣ ଯେ ହବ ତାହା କେହି ଜାଣିନାହାନ୍ତି। ଏହି ସିଜିନ୍ର ପ୍ରତିଯୋଗୀମାନେ ପୂର୍ବ ସବୁ ସିଜିନ୍ର ରେକର୍ଡକୁ ଭାଙ୍ଗିସାରିଛି। ଆଗାମୀ ଏପିସୋଡ୍ର ଏକ ପ୍ରମୋରେ ବିଶାଲ ଆଦିତ୍ୟ ଓ ମଧୁରିମାଙ୍କ ଝଗଡା ଦେଖିବାକୁ ମିଳିଛି।

ଏହି ଘଟଣା ଯୋଗୁଁ ପୁଣି ଘରର ମାହୋଲ ଖରାପ ହୋଇଯାଇଛି। ପ୍ରତିଯୋଗୀ ମଧୁରିମା ତୁଲୀ ଓ ବିଶାଲ ଆଦିତ୍ୟ ସିଂହଙ୍କର ଏହି ଭିଡିଓ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ମଧୁରିମା ଏକ ଫ୍ରାଇଂ ପ୍ୟାନ୍ରେ ବିଶାଲ ଆଦିତ୍ୟ ସିଂହଙ୍କୁ ଖୁବ୍ ପିଟୁଥିବା ନଜର ଆସିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ବିଶାଲଙ୍କୁ ମଧୁରିମା ‘ବେହେନ୍ଜୀ’ କହିଥିଲେ। ପରେ ବିଶାଲ ମଧ୍ୟ ମଧୁରିମାଙ୍କ ଉପରକୁ ଅଟା ଓ ପାଣି ଫିଙ୍ଗିଥିବା ଦେଖିବାକୁ ମିଳିଛି। ଫଳରେ ମଧୁରିମା ରାଗିଯାଇ ବିଶାଲଙ୍କୁ ଖୁବ ପିଟିବାକୁ ଲାଗିଥିଲେ। ଏହି ଭିଡିଓକୁ ମଧୁରିମା ଫ୍ୟାନ୍ କ୍ଲବ୍ ତରଫରୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରାଯାଇଛି। ତେବେ ଏନେଇ ବିଗ୍ବସ୍ ଓ ସଲମାନ ଖାନ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଛି।