'ବିଗ୍‌ ବସ୍‌ ୧୩' ପରେ ଶେହନାଜ ଗିଲ୍ କରିବେ ଆଉ ଏକ ରିଆଲିଟି ଶୋ’ !

Published By : Prameya-News7 Bureau | February 02, 2020 IST

ମୁମ୍ବାଇ୨|୨: ସଲମାନ ଖାନଙ୍କ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍‌ବସ୍‌ର ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଲାଣି। ଧିରେ ଧିରେ ପ୍ରତିଯୋଗୀଙ୍କ ଖେଳ ବଦଳୁଛି।  ଏହି ସିଜିନ୍‌ରେ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର କ୍ୟାଟ୍ରିନା, ଶେହନାଜ ଗିଲ। ଶେହନାଜ ନିଜର ଚୁଲ୍‌ବୁଲି ସ୍ବଭାବ ପାଇଁ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛନ୍ତି। ଏବେ ତାଙ୍କର ପ୍ରଶଂସକଙ୍କ ମାତ୍ରା ବଢ଼ିବାରେ ଲାଗିଛି।

{"id":218998,"width":539,"height":674,"sizeSlug":"large"}

ଶେହନାଜଙ୍କ ବ୍ୟତୀତ ଏକ୍ସ ପ୍ରତିଯୋଗୀ ହିମାଂଶି ଖୁରାନା ମଧ୍ୟ ପଞ୍ଜାବ କି କୁଡି। ହିମାଂଶି ଘରକୁ ୱାଇଲ୍ଡ କାର୍ଡ ଦ୍ବାରା ଆସିଥିଲେ ଓ ଖୁବ ଶୀଘ୍ର ଏଲିମିନେଟ୍‌ ମଧ୍ୟ ହୋଇଥିଲେ। ଶେହନାଜ ଓ ହିମାଂଶିଙ୍କର ପୂର୍ବରୁ ଶତ୍ରୁତା ଥିଲା । ଉଭୟଙ୍କ ଝଗଡା ଘରେ ଆସି ସମାଧାନ ହୋଇଥିଲା। ଏବେ ଦୁହେଁ ପରସ୍ପରଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି।

{"id":219000,"sizeSlug":"large"}

ତେବେ ଶେହନାଜଙ୍କୁ ନେଇ ଏବେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ ଯେ, ଶେହନାଜ 'ବିଗ୍‌ ବସ୍‌' ପରେ ପୁଣି ଏକ ରିଆଲିଟି ଶୋ'ରେ ନଜର ଆସିବେ। ଏହି ଶୋର ନାଁ ରହିବ 'ଶେହନାଜ ଗିଲ କି ଶାଦି'। ଏହା ସତ କି ମିଛ ତାହା ଜଣାପଡିନାହିଁ। କିନ୍ତୁ ଯଦି ଏହା ସତ ହୁଏ, ତାହେଲେ ନିଜ ପାଇଁ ବର ଖୋଜିବେ ଶେହନାଜ। ରାକ୍ଷୀ ସାଓ୍ବନ୍ତ, ରାହୁଲ ମହାଜନ ଏବଂ ରତନ ସିଂ ରାଜପୁତଙ୍କ ପରେ ଏବେ ସ୍ବୟଂବର ରଚାଇବେ ପଞ୍ଜାବି କୁଡି ଶେହନାଜ।

{"id":219001,"sizeSlug":"large"}

ଶୋ'ରେ ଶେହନାଜଙ୍କ ନାଁ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଯୋଡ଼ା ଯାଉଛି। ଉଭୟଙ୍କ ଯୋଡି ସମସ୍ତେ ପସନ୍ଦ କରୁଛନ୍ତି। ଶେହନାଜ ସିଦ୍ଧାର୍ଥଙ୍କୁ ଭଲ ପାଉଥିବା ମଧ୍ୟ କହିସାରିଛନ୍ତି। ହେଲେ ସିଦ୍ଧାର୍ଥ କେବେ କିଛି ଉତ୍ତର ଦିଅନ୍ତି ନାହିଁ। କେବେ ଝଗଡା କରନ୍ତି ତ କେବେ ମାର୍‌ପିଟ୍‌ ହେଲେ ତଥାପି ଫ୍ୟାନ୍ସ ଶେହନାଜ ଓ ସିଦ୍ଧାର୍ଥଙ୍କୁ ଦେଖିବା ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ଉଭୟ ସିଡ୍‌ନାଜ୍‌ ଭାବେ ଟ୍ରେଣ୍ଡିଂରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.