ଦିନିକିଆ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା, କାଗିସୋ ରାବଡା ଦିନିକିଆ ସିରିଜ୍‌ରୁ ବାହାର

Published By : Prameya-News7 Bureau | January 18, 2022 IST

କେପଟାଉନ୍ ୧୮।୦୧: ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଶକ୍ତ ଝଟକା। ଦଳର ମୁଖ୍ୟ ବୋଲର  କାଗିସୋ ରାବଡା ଦିନିକିଆ ସିରିଜ୍‌ରୁ ବାଦ୍ ପଡିଛନ୍ତି। କାର୍ଯ୍ୟଭାର ପ୍ରବନ୍ଧନ ଆଧାରରେ ମଙ୍ଗଳବାର ତାଙ୍କୁ ବିଶ୍ରାମ ଦିଆଯାଇଛି। ପ୍ରଥମ ମ୍ୟାଚ୍‌ ବୁଧବାର ପାର୍ଲରେ ଖେଳାଯିବ।

କ୍ରିକେଟ୍ ଦକ୍ଷିଣ ଆଫ୍ରିକା(ସିଏସଏ) ନିଜର ପ୍ରେସ ବିଜ୍ଞପ୍ତିରେ କହିଛି, ଦ୍ରୁତ ବୋଲର କାଗିସୋ ରାବଡାଙ୍କୁ ଭାରତ ବିପକ୍ଷ ଏକ ଦିବସୀୟ ଅନ୍ତର୍ଜାତୀୟ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। କାରଣ ଗତ କିଛି ମାସରେ ତାଙ୍କ ଉପରେ କାମର ବୋଝ ବହୁତ ଅଧିକ ଥିଲା। ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ସେ ନିଜକୁ ସତେଜ ରଖିବାକୁ ଚାହାନ୍ତି।

ରାବଡାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ଚୟନ କରାଯାଇ ନାହିଁ। କିନ୍ତୁ  ଜର୍ଜ ଲିଣ୍ଡେଙ୍କୁ ଅତିରିକ୍ତ ସ୍ପିନ ବୋଲର ବିକଳ୍ପ ଭାବେ ଦଳରେ ରଖାଯାଇଛି। ଭାରତର ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ବାଭୁମା କହିଛନ୍ତି, ତାଙ୍କ ଦଳ ଏକ ମଜବୁତ ଦଳ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.