Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା, ଟିଏମସିକୁ ଫେରିଲେ ମୁକୁଲ ରୟ, ୪ ବର୍ଷ ପରେ ଗୃହ ପ୍ରତ୍ୟାବର୍ତ୍ତନ

11/06/2021 at 4:01 PM

କୋଲକାତା ୧୧।୦୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହରିବା ପରେ ବିଜେପିକୁ ବହୁତ ବଡ ଝଟକା  ଲାଗିଛି। କୃଷ୍ଣାନଗର ଦକ୍ଷିଣରୁ ବିଧାୟକ ମୁକୁଲ ରୟ ଏବେ ପୁଣି ଥରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଶୁକ୍ରବାର ଅପରାହ୍ନରେ ମୁକୁଲ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ପାର୍ଟି ମୁଖ୍ୟାଳୟରେ ଦଳ ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅନ୍ୟ ନେତାଙ୍କ ସହ ରୁଦ୍ଧ ଦ୍ଵାର ବୈଠକ କରିଥିଲେ। ଏହା ପରେ ତାଙ୍କର ଗୃହ ପ୍ରତ୍ୟାବର୍ତ୍ତନ ଘଟିଛି।

ମୁକୁଲ ରାୟ ଦଳ ଛାଡିବା ବିଜେପି ପାଇଁ ବହୁତ ବଡ କ୍ଷତି ବୋଲି କୁହାଯାଉଛି। ୨୦୧୭ ପରେ ଟିଏମସିର  ବଡ ବଡ ନେତାଙ୍କୁ ବିଜେପିରେ ସାମିଲ କରାଇବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ଏବେ ମୁକୁଲଙ୍କ ଗୃହ ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ନିକଟତର ଏବଂ ସମର୍ଥକ ମଧ୍ୟ ଟିଏମସିକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।

କୁହାଯାଉଥିଲା ଯେ, ମୁକୁଲ ରୟ ଦୀର୍ଘ ଦିନରୁ ନିଜକୁ ବିଜେପିରେ ଉପେକ୍ଷିତ ଅନୁଭବ କରୁଥିଲେ। ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କୃଷ୍ଣାନଗର ଦକ୍ଷିଣ ନିର୍ବାଚନୀ ମଣ୍ଡଳୀରୁ ଜିତିବା ପରେ ମୁକୁଲ ରୟଙ୍କ ଟିଏମସିକୁ ଫେରିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା।  ଏହାର କାରଣ ମୁକୁଲ ରୟଙ୍କୁ ବିଧାନସଭା ବିରୋଧ ଦଳ ନେତା କରାଯାଇନଥିଲା। ସେ ଚାହୁଁଥିଲେ ପାର୍ଟି ତାଙ୍କୁ ଏହି ଦାୟିତ୍ଵ ଦେଉ। କିନ୍ତୁ ଶୁଭେନ୍ଦୁ ଅଧିକାରୀ ଟିଏମସିରେ ମିଶିବା ପରେ ମୁକୁଲଙ୍କୁ କଣଠେସା କରାଯାଇଥିବା କୁହାଯାଏ। ପୁଣି ଶୁଭେନ୍ଦୁଙ୍କୁ ବିରୋଧୀ ଦଳ ନେତା କରାଯିବା ପରେ ମୁକୁଲ ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ଖାରଜ କରିଥିଲେ ମୁକୁଲ

ସେହି ସମୟରେ ମୁକୁଲ ରୟ ଟିଏମସିକୁ ଫେରିବା ଆଲୋଚନାକୁ ଖାରଜ କରିଥିଲେ। ସେ ଖୋଦ୍ ନିଜକୁ ବିଜେପିର ସିପାହୀ ଦର୍ଶାଇ ଟ୍ଵିଟ୍ କରିଥିଲେ ଯେ, ‘ବିଜେପି ସିପାହୀ ଭାବେ ରାଜ୍ୟରେ ଗଣତନ୍ତ୍ର ସ୍ଥାପିତ କରିବା ପାଇଁ ମୋର ଲଢେଇ ଜାରି ରହିବ’। ମୁଁ ସମସ୍ତଙ୍କୁ ଅପିଲ୍ କରୁଛି ଯେ, ଲୋକେ ଏମିତି ଅପ ପ୍ରଚାର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ମୁଁ ନିଜର ରାଜନୈତିକ ମାର୍ଗକୁ ନେଇ ସଂକଳ୍ପିତ।

ପରେ  ବୈଠକରେ ସାମିଲ ହୋଇନଥିଲେ

ଗତ ଦିନରେ କୋଲକାତାରେ ବିଜେପିର ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ପକ୍ଷରୁ ଆହୂତ ବୈଠକରେ ମଧ୍ୟ ମୁକୁଲ ଅନୁପସ୍ଥିତ ଥିଲେ। କୁହାଯାଏ ଯେ, ବୈଠକ ବିଷୟରେ ମୁକୁଲଙ୍କୁ ଶେଷ ସମୟରେ ସୂଚନା ଦିଆଯାଇଥିଲା। ଅନ୍ୟପଟେ ବିଜେପି ପକ୍ଷରୁ କୁହାଯାଇଥିଲା, କୋଭିଡ୍ ସଂକ୍ରମଣ କାରଣରୁ ମୁକୁଲ ରୟ ଆଇସୋଲେସନରେ ଅଛନ୍ତି, ସେଥିପାଇଁ ବୈଠକରେ ଯୋଗ ଦେଇ ନାହାନ୍ତି।

୨୦୧୭ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ

ମୁକୁଲ ରୟ ସର୍ବ ପ୍ରଥମେ ଟିଏମସି ଛାଡିଥିଲେ। ସେ ୨୦୧୭ରେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ବଡ ସଂଖ୍ୟାରେ ଟିଏମସି ନେତାଙ୍କୁ ସେ ବିଜେପିରେ ସାମିଲ କରାଇଥିଲେ। ମୁକୁଲ ରୟ ଟିଏମସିରେ ଦ୍ଵିତୀୟ ନମ୍ବରର ନେତା ଥିଲେ। ସେ ୟୁପିଏ ୨ ସରକାରରେ ରେଳ ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ନାରଦା ଏବଂ ସାରଦା ଦୁର୍ନୀତିରେ ତାଙ୍କ ନାମ ସାମ୍ନାକୁ ଆସିଥିଲେ।

   Related Posts