ବିଗ୍ ବଜାରରୁ ଅନଲାଇନ୍ ଜିନିଷ ଅର୍ଡର୍ କଲେ ଦୁଇ ଘଣ୍ଟାରେ ହେବ ଡେଲିଭରୀ: ଏତିକି ଟଙ୍କା ଜିନିଷ ଅର୍ଡର କଲେ ମିଳିବ ରିହାତି

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ ୦୨/୦୪ : ଫ୍ୟୁଚର ଗ୍ରୁପ୍ ରିଟେଲ୍ ଚେନ୍ ବିଗ୍ ବଜାର ଦୁଇ ଘଣ୍ଟାରେ ହୋମ୍ ଡେଲିଭରି ସେବା ଆରମ୍ଭ କରିବାକୁ ଯାଉଛି। କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯଦି ଆପଣ ବିଗ୍ ବଜାର୍ ମୋବାଇଲ ଆପ୍ କିମ୍ବା ପୋର୍ଟାଲ୍ ଜରିଆରେ ଅନଲାଇନ୍ ଅର୍ଡର କରୁଛନ୍ତି ତାହେଲେ ନିକଟସ୍ଥ ଷ୍ଟୋରରୁ ଦୁଇ ଘଣ୍ଟା ଭିତରେ ଜିନିଷ ଡେଲିଭର କରାଯିବ।

ବିଗ ବଜାର ଦିଲ୍ଲୀ-ଏନସିଆର, ମୁମ୍ବାଇ ଓ ବେଙ୍ଗାଲୁରୁରେ ଦୁଇ ଘଣ୍ଟାରେ ଡେଲିଭରୀ ସେବା ଆରମ୍ଭ କରିଛି। ଶୀଘ୍ର କମ୍ପାନୀ ଅନ୍ୟ ସହରମାନଙ୍କରେ ମଧ୍ୟ ଏହି ସେବା ଆରମ୍ଭ କରିବ। ଏହି ସେବା ଜରିଆରେ ଗ୍ରାହକ ରିଟେଲ ଚେନରେ କପଡା, ଖାଦ୍ୟ-ପେୟ ସାମଗ୍ରୀ, ଏଫଏମସିଜି ଉତ୍ପାଦ ଓ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଅର୍ଡର୍ କରିପାରିବେ।

ଫ୍ୟୁଚର୍ ଗ୍ରୁପ୍ ପ୍ରେସିଡେଣ୍ଟ କମଲଦୀପ ସିଂହ କହିଛନ୍ତି ଯେ ଆଗାମୀ ଦୁଇ ତିନି ମାସ ଯାଏଁ ଦିନକୁ ପାଖାପାଖି ଏକ ଲକ୍ଷ ଅର୍ଡର ଡେଲିଭର କରିବାକୁ ଆଶା ରଖିଛନ୍ତି। ଆଗାମୀ ୫-୬ ମାସରେ ବିଗ ବଜାରର ପ୍ରତ୍ୟେକ ଷ୍ଟୋରରେ ଏହି ସେବା ଉପଲବ୍ଧ କରାଯିବ। ଏହି ସେବା ଜରିଆରେ ଗ୍ରାହକ ଅତିକମରେ ୫୦୦ ଟଙ୍କାର ଜିନିଷ ମଗାଇବାକୁ ପଡିବ। ଏକ ହଜାର ଟଙ୍କାରୁ କମ୍ ଅର୍ଡର୍ କଲେ ୪୯ ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡିବ କିନ୍ତୁ ହଜାରେ ଟଙ୍କାରୁ ଅଧିକ ଅର୍ଡର କଲେ କୌଣସି ଡେଲିଭରି ଚାର୍ଜ ଦେବାକୁ ପଡ଼ିବନି।

ଫ୍ୟୁଚର୍ ଗ୍ରୁପର ସୁପର୍ ମାର୍କେଟ୍ ବଜାର ପାଖାପାଖି ବର୍ଷେ ପରେ ବର୍ତ୍ତମାନ ମେଗା ଡ଼ିସକାଉଣ୍ଟ ଇଭେଣ୍ଟ ନେଇ ଆସିଛି। ବିଗ୍ ବଜାରର ଏହି ମେଗା ଡ଼ିସକାଉଣ୍ଟ ସେଲରେ ୨୫୦୦ ଟଙ୍କା ସପିଙ୍ଗ୍ କଲେ ୫୦୦ ଟଙ୍କା ମୂଲ୍ୟର ଜିନିଷ ମାଗଣାରେ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.