ଆସିଗଲା LICର ଧମକାଦାର ପ୍ଲାନ, ନିବେଶକଙ୍କୁ କରିବ କୋଟିପତି

Published By : Prameya-News7 Bureau | December 01, 2019 IST

ନୂଆଦିଲ୍ଲୀ :  ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଏକମାତ୍ର ବୀମା କମ୍ପାନୀ ଯାହା ଗ୍ରାହକଙ୍କୁ ଦେଉଥିବା ପ୍ରତିଶ୍ରୁତି ପାଳନ ଲାଗି ସର୍ବଦା ପ୍ରତିବଦ୍ଧ ରହିଥାଏ। ଜୀବନ ବୀମା ପଲିସି ଦେଉଥିବା ଏଲଆଇସି ଏବେ ଏଭଳି ଏକ ପ୍ଲାନ ଆଣିଛନ୍ତି ଯାହା ବୀମାକାରୀଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ ବୀମା ସୁବିଧା ଦେଉଥିବା ବେଳେ କୌଣସି କାରଣରୁ ତାଙ୍କର ଯଦି ମୃତ୍ୟୁ ହୁଏ  ପରିବାର ଲୋକଙ୍କୁ ଏକକାଳୀନ ବୀମା ରାଶି ପୈଠ କରିବେ। ଏଲଆଇସି ଆଣିଥିବା ଏହି ନୂଆ ପ୍ଲାନର ନାମ ରଖିଛନ୍ତି ଜୀବନ ଉମଙ୍ଗ। ନୂଆ ଚାକିରୀ କି ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିବା ଲୋକେ ଏହି ପଲିସି ନେଲେ ବିଶେଷ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଉଛି।

{"id":192644,"width":580,"height":324,"sizeSlug":"large"}

ଜୀବନ ଉମଙ୍ଗ ଏକ ଏଭଳି ପଲିସି ଯାହାର ମାର୍କେଟ ସହିତ କୌଣସି ସମ୍ପର୍କ ନାହିଁ। ଏହା ଛଡା ପଲିସିଧାରୀଙ୍କୁ ଅନେକ ପ୍ରକାର ଲାଭ ପ୍ରଦାନ କରୁଛି। ଯଦି ଏହି ପଲିସି କରିବାକୁ ଚାହାନ୍ତି ତେବେ ଏଥିରେ ଦୈନିକ ସର୍ବ ନିମ୍ନ ୨ଶହ ୨୦ ଟଙ୍କା ନିବେଶ କରିପାରିବେ। ମାତ୍ର ଏତିକି ନିବେଶରେ ବୀମା ଧାରୀ ମାଚ୍ୟୁରିଟିରେ ୧କୋଟି ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇବେ ବୋଲି ଏକ ହିସାବରୁ ଜଣାପଡିଛି। କ୍ଷୁଦ୍ରତମ ନିବେଶ ହୋଇଥିଲେ ମଧ୍ୟ ପଲିସିରୁ ସାରା ଜୀବନ ଲାଭ ପାଇଚାଲିଥିବେ।

{"id":192645,"sizeSlug":"large"}

ଯୋଜନାରେ ପଲିସି ଧାରକଙ୍କୁ ୧୦୦ ବର୍ଷ ଆୟୁ ପର୍ଯ୍ୟନ୍ତ ବୀମା ସୁବିଧା ମିଳିଥାଏ। ମ୍ୟାଚୁରିଟି ଅଥବା ପଲିସି ଧାରକଙ୍କ ପରଲୋକରେ ପରିବାର ଲୋକଙ୍କୁ ଏକକାଳୀନ ରିଟର୍ଣ୍ଣ ପ୍ରଦାନ କରାଯାଏ। ଯଦି ପଲିସିଧାରୀ ନିୟମିତ ସମସ୍ତ ପ୍ରିମିୟମ ପୈଠ କରିଥାନ୍ତି ତେବେ ପଲିସିଧାରୀଙ୍କୁ ଗ୍ୟାରେଣ୍ଟି ସହିତ ନ୍ୟୁନତମ ରାଶି ସୁନିଶ୍ଚିତ କରୁଛି। ଏଥିରେ ମହିଳା ପଲିସିଧାରୀଙ୍କୁ ଖାସ ସୁବିଧା ବି ପ୍ରଦାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.