ବିଗ୍‌ ବି ରୋଗଶଯ୍ୟାର ଫଟୋ ସେୟାର କରି ଲେଖିଲେ ଇମୋସନାଲ୍‌ ପୋଷ୍ଟ- ଜାଣନ୍ତୁ କ'ଣ ଲେଖିଲେ

Published By : Prameya-News7 Bureau | November 11, 2019 IST

ମମ୍ବଇ - ବିଗ୍‌ ବି ଅମିତାଭ ବଚ୍ଚନ ରୋଗ ଶଯ୍ୟାରେ ପଡିଥିବାର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଶନିବାରରେ ସେ ଖଟ ଉପରେ ବିଶ୍ରାମ ନେଉଥିବାର ଏକ ଫଟୋକୁ ପୋଷ୍ଟ କରିବା ସହ ଏବେ ଶରୀର ଶୀଥିଳ ହୋଇଯିବା ପାଇଁ କହୁଥିବା କଥା ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏକ ଡାକ୍ତରୀ ବେଡ୍‌ ଉପରେ ସେ ବିଶ୍ରାମ ନେଉଥିବାର ଫଟୋ ସେୟାର କରିଛନ୍ତି ।

ଶନିବାରରେ ସେ ଏହି ଫୋଷ୍ଟକୁ ସେୟାର କରିଥିଲେ । ଏଥିରେ ସେ ମୋଜା ପିନ୍ଧିଥିବା ଫଟୋ , କିଛି ଫୁଲ ଏବଂ ପ୍ରିମିୟର ଲିଗ୍‌ ଫୁଟବଲ୍‌ ଦେଖୁଥିବା ଉଲ୍ଲେଖ କରିଛନ୍ତି ।

wp:core-embed/twitter {"url":"https://twitter.com/SrBachchan/status/1193211784414429184?s=20","type":"rich","providerNameSlug":"twitter","className":""}
https://twitter.com/SrBachchan/status/1193211784414429184?s=20
/wp:core-embed/twitter


ଏବେ ସେ କାମକୁ ମିସ୍‌ କରୁଛନ୍ତି । ତାଙ୍କ ଶରୀର ଶୀଥିଳ ହୋଇ ଧୀର ହୋଇ ଯିବାର ସଙ୍କେତ ଦେଲାଣି ବୋଲି ଉଲ୍ଲେଖ କରିଛନ୍ତି ।

ଡାକ୍ତରମାନେ ଅମିତାଭ ବଚ୍ଚନଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏବେ ସେ ସୋସିଆଲ୍‌ ମିଡିଆରେ ନିଜ ସ୍ୱାସ୍ଥ୍ୟ ବିଷୟରେ ଅପ୍‌ଡେଟ୍‌ ଦେଉଛନ୍ତି ।

ସ୍ୱାସ୍ଥ୍ୟଗତ କାରଣରୁ ସେ କୋଲକାତାର ଅନ୍ତର୍ଜାତୀୟ ସିନେମା ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରିବାପାଇଁ ମନା କରିଥିଲେ ।

ଅମତିଭ ବଚ୍ଚନଙ୍କ ଏହି ପୋଷ୍ଟରେ ତାଙ୍କର ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଇଛନ୍ତି । ଭଗବାନ୍‌ଙ୍କୁ କୃପାରୁ ସେ ଖୁବ୍‌ଶୀଘ୍ର ଭଲ ହୋଇଯିବେ ବୋଲି ହଜାର ହଜାର ପ୍ରଶଂସକ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.